କଣ୍ଟାବାଞ୍ଜି: ତୁରେକେଲା ଥାନା ଅନ୍ତର୍ଗତ ମହଖଣ୍ଡ ଗାଁରେ ଅନେକ ଦିନରୁ ଜୁଆ ଖେଳ ଚାଲିଥିଲା । ତେବେ ତୁରେକେଲା ପୁଲିସ ଏକ ଟିମ ଗଠନ କରି ଆଜି ଜୁଆ ଆଡ୍ଡାରେ ଚଢ଼ାଉ କରି ୧୦ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏ ନେଇ ଏକ ମାମଲା ରୁଜୁ କରି ପୁଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି।
ମହଖଣ୍ଡ ଗାଁରେ ଜୁଆ ଖେଳା ଚାଲିଥିବା ବେଳେ ଚଢ଼ାଉ କରାଯାଇଥିଲା । ଏଥିରେ ମହଖଣ୍ଡ ଗାଁର କିଛି ଜୁଆଡି ଥିବା ବେଳେ ଖଡ଼ିଆଲ ଥାନା ଅଞ୍ଚଳର ଭୁଲିଆ ଓ ସିକୁଁଆ ଗାଁ ଅଞ୍ଚଳର ଜୁଆଡିମାନେ ସାମିଲ ଥିଲେ । ତେବେ ଖେଳ ଚାଲିଥିବା ବେଳେ ପୁଲିସ ଏହି ଜୁଆଡିମାନଙ୍କ ଠାରୁ ନଗଦ ୧୪ ହଜାର ୪ଶହ, ୧୦ଟି ମୋବାଇଲ, ୭ଟି ମଟରସାଇକଲ, ଦୁଇ ବଣ୍ଡଲ ତାସ ଜବତ କରିଛି । ତେବେ ଏଥିରେ ସଂପୃକ୍ତ ଥିବା ୧୦ ଜଣକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଯାଇଥିବା କହିଛନ୍ତି ତୁରେକେଲା ଥାନା ଅଧିକାରୀ ରମାକାନ୍ତ ସାହୁ।
ପୁଲିସ ସୂତ୍ରରୁ ପ୍ରକାଶ ଯେ ମହଖଣ୍ଡ ଗାଁରେ ଜୁଆ ଖେଳା ଚାଲିଥିବା ବେଳେ ଚଢ଼ାଉ କରାଯାଇଥିଲା । ଏଥିରେ ମହଖଣ୍ଡ ଗାଁର କିଛି ଜୁଆଡି ଥିବା ବେଳେ ଖଡ଼ିଆଲ ଥାନା ଅଞ୍ଚଳର ଭୁଲିଆ ଓ ସିକୁଁଆ ଗାଁ ଅଞ୍ଚଳର ଜୁଆଡିମାନେ ସାମିଲ ଥିଲେ । ତେବେ ଖେଳ ଚାଲିଥିବା ବେଳେ ପୁଲିସ ଏହି ଜୁଆଡିମାନଙ୍କ ଠାରୁ ନଗଦ ୧୪ ହଜାର ୪ଶହ, ୧୦ଟି ମୋବାଇଲ, ୭ଟି ମଟରସାଇକଲ, ଦୁଇ ବଣ୍ଡଲ ତାସ ଜବତ କରିଛି । ତେବେ ଏଥିରେ ସଂପୃକ୍ତ ଥିବା ୧୦ ଜଣକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଯାଇଥିବା କହିଛନ୍ତି ତୁରେକେଲା ଥାନା ଅଧିକାରୀ ରମାକାନ୍ତ ସାହୁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/08/08/untitled-2025-08-08-11-29-15.png)