ବାଲିପାଟଣା: ବାଲିପାଟଣାରେ ମାଙ୍କଡ଼ କାମୁଡ଼ାରେ ୨ ଦିନରେ ୧୦ ଜଣ ଗୁରୁତର ହେଲେଣି | ସୋମବାର ମାଙ୍କଡ଼ ୯ ଜଣଙ୍କୁ କାମୁଡ଼ିଥିବା ବେଳେ ମଙ୍ଗଳବାର ସକାଳୁ ବାରିଲୋ ଗ୍ରାମର ସୀତା ସାହୁ ନାମକ ବୃଦ୍ଧାଙ୍କୁ ପୁଣି କାମୁଡ଼ି ଗୁରୁତର କରିଛି | ବୃଦ୍ଧା ସକାଳୁ ଘର ଆଗରେ ଝାଡୁ କରୁଥିଲେ | ମାଙ୍କଡ଼ଟି ଚାଲି ଚାଲି ଆସି ତାଙ୍କ ଗୋଡ଼ କାମୁଡ଼ଇ ଲହୁଲୁହାଣ କରିଛି |
ଆହତମାନେ ହେଲେ ବାଲିପାଟଣା ମିଶ୍ରସାହିର ଅମିତାଭ ପ୍ରସାଦ ମିଶ୍ର ଓରଫ ବୁବୁ ( ୪୨ ) , ନୂଆ ଗାଁର ଭରତ ମଲ୍ଲିକ ( ୫୦ ) , କାର୍ତିକ ଭୋଇ ( ୧୩ ) , ଶୁଭଙ୍କର ଭୋଳ ( ୧୬ ) , ବିଜୟ କୁମାର ସାହୁ ( ୫୭ ) ,ଜ୍ଞାନରଞ୍ଜନ ସାହୁ ( ୪୪ ) , ପୂଜା ଜେନା ( ୩୪ )। ସେମାନେ ହସ୍ପିଟାଲରେ ଚିକିତ୍ସି ହେଉଥିବା ଜଣା ପଡିଛି | ଗୁରୁତରମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି | ୩ ହେଲା ସ୍ଥାନୀୟ ୭ ରୁ ଅଧିକ ଗ୍ରାମରେ ତାଟି କବାଟ ପଡି ଯାଇଥିଲା | ଘରୁ ବାହାରିବାକୁ ଲୋକେ ଡରୁଥିଲେ | ହାତରେ ଠେଙ୍ଗା, ବାଡ଼ି ଧରି ଯୁବକମାନେ ଦିନ ରାତି ଗାଁରେ ଜଗି ରହିଥିଲେ | ହେଲେ ମାଙ୍କଡ଼ ଘରେ ପଶି ଲୋକଙ୍କୁ ଆକ୍ରମଣ କରୁଛି | ତା ସାମ୍ନାରେ ଯିଏ ପଡ଼ିଲା ତାକୁ କାମୁଡି ରକ୍ତାକ୍ତ କରି ଦେଉଛି |
ବାଲିପାଟଣା ବନାଞ୍ଚଳ କର୍ମଚାରୀ ଓ ନନ୍ଦନ କାନନ ଟ୍ରାଙ୍କୁଲାଇଜ ଟିମ୍ ଆଜି ପୂର୍ବାହ୍ନ ୯ ଟାରେ ବାଲିପାଟଣାରେ ପହଁଞ୍ଚି ଗାଁ ଲୋକଙ୍କ ସହାୟତାରେ ମାଙ୍କଡ଼ର ଗତିଵିଧି ଉପରେ ନଜର ରଖିବା ସହ ନିସ୍ତେଜକ କରିବା ପାଇଁ ପ୍ରୟାସ ଆରମ୍ଭ ଚଳାଇ ଥିଲେ | ଶିଶୁ ମଠ ସାହିର ଜନୈକ ବ୍ୟକ୍ତିଙ୍କ ଛାତ ଉପରେ ମାଙ୍କଡ଼କୁ ଠାବ କରି ଟ୍ରାଙ୍କୁ ଲାଇଜ କରି ନିସ୍ତେଜ କରାଯାଇଥିଲା | ଉତ୍ପାତିଆ ମାଙ୍କଡ଼କୁ ବନ ବିଭାଗ ହେପାଜତରେ ରଖା ଯାଇଛି | ସୁସ୍ଥ ହେଲା ପରେ ଜଙ୍ଗଲରେ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି |