କୃଷ୍ଣପ୍ରସାଦ: ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୦ରୁ ଉର୍ଦ୍ଧ୍ବ ଦୋକାନ । ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଚିଲିକା କୂଳରେ ଥିବା ଜହ୍ନିକୁଦା ଘାଟ ନିକଟ ବଜାରରେ ଅଗ୍ନିକାଣ୍ଡରେ ୧୦ରୁ ଉର୍ଦ୍ଧ୍ବ ଦୋକାନ ଜଳିଯାଇଛି । ଏହି ଅଗ୍ନିକାଣ୍ଡରେ ଦୋକାନରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ନଷ୍ଟ ହୋଇଯାଇଛି ।
ଆଗକୁ ପଣା ଯାତ୍ରା ଥିବାରୁ ପ୍ରତ୍ୟେକ ଦୋକାନରେ ଜିନିଷ ପତ୍ର ଅଧିକ ପରିମାଣରେ ମହଜୁଦ ରହିଥିଲା । ଦୋକାନରୁ କୌଣସି ସାମଗ୍ରୀ ଉଦ୍ଧାର କରାଯାଇପାରିନଥିବାବେଳେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ମାଲୁଦ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
