ରାଉରକେଲା: ଛିନ୍ତାଇ ପରେ ସହରର ଜନଶୁଣା ମହିଳା ଉପସ୍ଥାପିକା ମିନାକ୍ଷୀ ଧରଙ୍କ ମୃତ୍ୟୁ ମାମଲାର ରାୟ ପ୍ରକାଶ ପାଇଛି। ରାଉରକେଲା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମୁକ୍ତିରଞ୍ଜନ ଶତପଥୀ ଅଭିଯୁକ୍ତ ସତ୍ୟଜିତ୍ ସ୍ବାଇଁ ଓରଫ୍ ଲିପୁନକୁ ୧୦ ବର୍ଷ ଜେଲ୍ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍ ନିର୍ଦ୍ଦେଶ ଦେଇଛନ୍ତି। ୩୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟପ୍ରମାଣ, ୮୦ ଦସ୍ତାବିଜ୍ ଓ ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତିପ୍ରମାଣକୁ ଭିତ୍ତିକରି ବିଚାରପତି ଏହି ରାୟ ଶୁଣାଇଛନ୍ତି।
କୋଏଲନଗରରେ ନଳିନୀକାନ୍ତ ଧର ପରିବାର ସହ ରହନ୍ତି। ତାଙ୍କ ଧର୍ମପତ୍ନୀ ମୃତ ମିନାକ୍ଷୀ ଧର ସହରରେ ଜଣେ ଜଣାଶୁଣା ଉପସ୍ଥାପିକା ଥିଲେ। ସହରର ଅଧିକାଂଶ କାର୍ଯ୍ୟକ୍ରମରେ ସେ କାର୍ଯ୍ୟକ୍ରମ ସଂଯୋଜନା କରୁଥିଲେ। ଏଥିସହ ବିଭିନ୍ନ ମଞ୍ଚରେ ସଙ୍ଗୀତ ପରିବଷେଣ ମଧ୍ୟ କରୁଥିଲେ। ଗତ ୨୦୨୧ ମେ ୧୨ ସକାଳେ ନିଜ ସ୍କୁଟିରେ ସେକ୍ଟରରୁ କୋଏଲନଗରସ୍ଥ ଘରକୁ ଫେରୁଥିଲେ। ଶକ୍ତିନଗରର ଅଭିଯୁକ୍ତ ସତ୍ୟଜିତ୍ ମିନାକ୍ଷୀଙ୍କ ସ୍କୁଟିକୁ ପିଛା କରିଥିଲେ। ଶକ୍ତିନଗର ଏନ୍ଏସି ଉଚ୍ଚ ବିଦ୍ୟାଳୟ ନିକଟରେ ସ୍କୁଟିରେ ଟାଙ୍ଗିଥିବା ମିନାକ୍ଷୀଙ୍କ ଭ୍ୟାନିଟକୁ ଝାମ୍ପି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ମିନାକ୍ଷୀ ଭାରସାମ୍ୟ ହରାଇ ରାସ୍ତା ଉପରେ ସ୍କୁଟି ସହ ପିଟି ହୋଇଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବେଦବ୍ୟାସ ଦଣ୍ଡିଆପାଲିସ୍ଥ ଜେ.ପି. ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୁଣ୍ଡର ଅସ୍ତ୍ରୋପଚାର କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଦୀର୍ଘ ଦିନରେ ପରେ ମୃତ ମିନାକ୍ଷୀ ଧରଙ୍କ ପରିବାରକୁ ନ୍ୟାୟ ମିଳିଛି। କୋଏଲନଗରରେ ନଳିନୀକାନ୍ତ ଧର ପରିବାର ସହ ରହନ୍ତି। ତାଙ୍କ ଧର୍ମପତ୍ନୀ ମୃତ ମିନାକ୍ଷୀ ଧର ସହରରେ ଜଣେ ଜଣାଶୁଣା ଉପସ୍ଥାପିକା ଥିଲେ। ସହରର ଅଧିକାଂଶ କାର୍ଯ୍ୟକ୍ରମରେ ସେ କାର୍ଯ୍ୟକ୍ରମ ସଂଯୋଜନା କରୁଥିଲେ। ଏଥିସହ ବିଭିନ୍ନ ମଞ୍ଚରେ ସଙ୍ଗୀତ ପରିବଷେଣ ମଧ୍ୟ କରୁଥିଲେ। ଗତ ୨୦୨୧ ମେ ୧୨ ସକାଳେ ନିଜ ସ୍କୁଟିରେ ସେକ୍ଟରରୁ କୋଏଲନଗରସ୍ଥ ଘରକୁ ଫେରୁଥିଲେ। ଶକ୍ତିନଗରର ଅଭିଯୁକ୍ତ ସତ୍ୟଜିତ୍ ମିନାକ୍ଷୀଙ୍କ ସ୍କୁଟିକୁ ପିଛା କରିଥିଲେ। ଶକ୍ତିନଗର ଏନ୍ଏସି ଉଚ୍ଚ ବିଦ୍ୟାଳୟ ନିକଟରେ ସ୍କୁଟିରେ ଟାଙ୍ଗିଥିବା ମିନାକ୍ଷୀଙ୍କ ଭ୍ୟାନିଟକୁ ଝାମ୍ପି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ମିନାକ୍ଷୀ ଭାରସାମ୍ୟ ହରାଇ ରାସ୍ତା ଉପରେ ସ୍କୁଟି ସହ ପିଟି ହୋଇଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବେଦବ୍ୟାସ ଦଣ୍ଡିଆପାଲିସ୍ଥ ଜେ.ପି. ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୁଣ୍ଡର ଅସ୍ତ୍ରୋପଚାର କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ପତି ନଳିନୀକାନ୍ତ ଏ ସଂକ୍ରାନ୍ତରେ ସେକ୍ଟର-୩ ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରିବା ସହ ସତ୍ୟଜିତ୍ ସ୍ବାଇଁ ଓରଫ୍ ଲିପୁନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସ୍ବତନ୍ତ୍ର ସରକାରୀ ଓକିଲ ସତ୍ୟନାରାୟଣ ମହାପାତ୍ର ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/ZNS1GefZpI8AivtrjY1c.png)