ମାର୍ଚ୍ଚ ସୁଦ୍ଧା ସବୁ ରେଳଷ୍ଟେସନରେ କେବଳ ଏଲଇଡି ଲାଇଟ୍‌

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ୨୦୧୮ ସୁଦ୍ଧା ଦେଶରେ ଥିବା ସବୁ ରେଳ ଷ୍ଟେସନରେ ଶତ ପ୍ରତିଶତ ଏଲଇଡି ଲାଇଟ୍‌ ଲଗାଇବାକୁ ରେଳମନ୍ତ୍ରଣାଳୟ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଶକ୍ତି ସଂଚୟ କରିବାକୁ ଏହି ପଦକ୍ଷେପ ନିଆଯାଉଛି ବୋଲି ସରକାର କହିଛନ୍ତି ।

ରେଳବାଇ ସୁତ୍ରରୁ ପ୍ରକାଶ ଯେ ସବୁ ଷ୍ଟେସନ, ଷ୍ଟାଫ କ୍ୱାଟର୍ସ ଓ ଫ୍ଲାଟଫର୍ମରେ କେବଳ ଏଲଇଡି ଲାଇଟ ଲଗାଯିବ । ଏହା ଦ୍ୱାରା ଶକ୍ତି ସଂରକ୍ଷଣ ହେବା ସହ ପରିବେଶ ସୁରକ୍ଷା ଦିଗରେ ସହାୟତା ମିଳିବ । ନଭେମ୍ବର ୨୦୦୭ ସୁଦ୍ଧା ପ୍ରାୟ ୩୫୦୦ ରେଳ ଷ୍ଟେସନରେ ଶତ ପ୍ରତିଶତ ଏଲଇଡି ଲାଇଟ୍‌ ଲାଗିଛି । ଏସବୁ ସ୍ଥାନରେ ମୋଟ ୨୦ ଲକ୍ଷ ଏଲଇଡି ଲାଇଟ୍‌ ଲଗାଯାଇଛି ।

ସରକାରଙ୍କର ଏହି ପଦକ୍ଷେପ ଦ୍ୱାରା ରେଲବାଇ ପ୍ରାୟ ୨୪୦ ନିୟୁତ ୟୁନିଟ୍‌ ବିଜୁଳି ଶକ୍ତି ବା ୧୦ ପ୍ରତିଶତ ଶକ୍ତି ସଂଚୟ କରିବ । ଏହା ଦ୍ୱାରା ରେଳବାଇ ବର୍ଷକୁ ପ୍ରାୟ ୧୮୦ କୋଟି ଟଙ୍କା ସଂଚୟ କରିପାରିବ । ଏହାଛଡା ସବୁ ଜୋନାଲ ରେଳବାଇ ମୁଖ୍ୟାଳୟରେ ଓ ଷ୍ଟାଫ କ୍ୱାଟର୍ସରେ କେବଳ ଏଲଇଡି ଲାଇଟ୍‌ ଲାଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର