କୋରାପୁଟ: କୋରାପୁଟ  ଜିଲ୍ଲାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଆଖିବୁଜା ଅନୁଦାନ ଦେଉଛନ୍ତି। ତା ବାଦେ ବି ଜିଲ୍ଲାର ଯେଭଳି ବିକାଶ ହେବା କଥା ହୋଇ ପାରିନି। ଅପରପକ୍ଷରେ ଅନ୍ୟ ଯୋଜନା ସହ ଗତ ୫ବର୍ଷ ଧରି ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନା ବି ପ୍ରଦାନ କରାଯାଇଥିଲା। ତେବେ ଏହି ଯୋଜନା ବି ସଫଳତାର ସୁଆଦ୍ ଜିଲ୍ଲାବାସୀ ଚାଖି ପାରି ନାହାନ୍ତି।

Advertisment

ଗତ ୨୦୨୦-୨୧ଆର୍ଥିକ ବର୍ଷରୁ ୨୦୨୪-୨୫ଆର୍ଥିକ ବର୍ଷ ମଧ୍ୟରେ ୧୦୪ କୋଟି ୩୧ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ଲକ୍ଷ୍ୟ ରହିଥିଲା ୧୬୮୦ଟି ପ୍ରକଳ୍ପ ସମ୍ପୁର୍ଣ୍ଣ କରିବା। ତେବେ ଗତ ୫ବର୍ଷ ମଧ୍ୟରେ ୧୦୦କୋଟି ୫୭ଲକ୍ଷ ଖର୍ଚ୍ଚ କରି  ୩୧୬ଟି ହିଁ ସରିଛି। 
ଜିଲ୍ଲାର ୧୪ଟି ବ୍ଲକ, ୩ଟି ପୌରାଞ୍ଚଳ, ଗୋଟିଏ ଏନଏସି ପାଇଁ ୨୦୨୦-୨୧ଆର୍ଥିକ ବର୍ଷରେ ୩୦ଟି ପ୍ରକଳ୍ପ ମିଳିଥିବା ୧କୋଟି ୭୦ଲକ୍ଷ ଅନୁଦାନରେ ଶେଷ କରାଯାଇଥିଲା। ୨୦୨୧-୨୨ରେ ୧କୋଟି ୭୦ଲକ୍ଷରେ ଲକ୍ଷ୍ୟ ୬୪ଟି  ପ୍ରକଳ୍ପ କରାଯାଇଥିଲା।  ତେବେ ୨୦୨୨-୨୩ରୁ ଝୁଣ୍ଟିବା ଆରମ୍ଭ ହୋଇଥିଲା। ଏହି ୨୨-୨୩ଆର୍ଥିକବର୍ଷରେ ୨୮କୋଟି ୮୫ଲକ୍ଷରେ ୧୩୮ଟି ପ୍ରକଳ୍ପ କରାଯିବାକୁ ଲକ୍ଷ୍ୟ ରହିଥିଲା। ସମସ୍ତ ଅନୁଦାନ ଖର୍ଚ୍ଚ ହେବା ପରେ କେବଳ ୧୧୫ଟି ପ୍ରକଳ୍ପର କାମ ସମ୍ପୁର୍ଣ୍ଣ ହୋଇଥିବା ବେଳେ ବଳକା ୨୩ଟି ଅନୁଦାନ ଅଭାବରୁ ଲଟକିଛି। ୨୦୨୩-୨୪ରେ ୬୮କୋଟି ୩୫ଲକ୍ଷ ଅନୁଦାନ ୧୩୪୬ଟି ପ୍ରକଳ୍ପ ପାଇଁ ମିଳିଥିଲା। ୬୮କୋଟି ୩୨ଲକ୍ଷ ଖର୍ଚ୍ଚ କରି  ୧୦୭ଟି ପ୍ରକଳ୍ପର କାମ ସରିଛି। ଅନୁଦାନ ଅର୍ଥରୁ ମାତ୍ର ୩ଲକ୍ଷ  ବଳକା ରହିଥିବା ବେଳେ ୧୨୩୯ଟି ପ୍ରକଳ୍ପ ସାରିବାକୁ ଆହୁରି ଅଧିକା ଅନୁଦାନର ଆବଶ୍ୟକତା ରହିଛି।  

ଅପରପକ୍ଷରେ ୨୦୨୪-୨୫ରେ ୩କୋଟି ୭୧ଲକ୍ଷର ଅନୁଦାନରେ ୧୦୨ଟି ପ୍ରକଳ୍ପ କରିବାକୁ ଲକ୍ଷ୍ୟ ରହିଥିଲେ ହେଁ ଏଯାଏଁ ଏହି ନୂଆ ପ୍ରକଳ୍ପର କାମ ବର୍ଷକ ମଧ୍ୟରେ ଆରମ୍ଭ ହୋଇପାରିନି। ତତ୍କାଳୀନ ବିଜେଡି ଅମଳର ସରକାର ଏହି ଯୋଜନାରେ ମନ୍ଦିର, ମସଜିଦ, ଚର୍ଚ୍ଚ , ଶିକ୍ଷାନୁଷ୍ଠାନ, ବିଭିନ୍ନ ଜାତିର ସଂଗଠନ ପାଇଁ ଗୋଷ୍ଠୀ ଗୃହର ପୁନଃରୁଦ୍ଧାର ଓ ନୂତନ ଭାବେ ନିର୍ମାଣ କରିବା ଆଦି ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନା ନାଁରେ ଅନୁଦାନ ଦେଉଥିଲେ। ଏବେ ନୂଆ ସରକାର ଏସବୁ ଯୋଜନାକୁ ଗୁରୁତ୍ବ ଦେଉନି। ଅପରପକ୍ଷରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ନିକଟରେ ବଳକା ଅନୁଦାନ ୩କୋଟି ୭୪ଲକ୍ଷ ରହିଛି। ଏଥିରେ ବଳକା ୧୩୬୪ଟି ପ୍ରକଳ୍ପର କାମ ସରିବ କି ବୋଲି ପ୍ରଶ୍ନ ଉଠିଛି। ଏଥିରୁ କିଛି ପ୍ରକଳ୍ପର ଅଳ୍ପ ବହୁତ ନିର୍ମାଣ କାମ ବି ଆରମ୍ଭ ହୋଇସାରିଛି।