ୟାଲାପୁରା: କର୍ଣ୍ଣାଟକର ୟାଲାପୁରା ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୟାଲାପୁରାର ଗୁଲାପୁରାରେ, ପନିପରିବା ବୋଝେଇ ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ଏକ ଟ୍ରିପର ସହିତ ଧକ୍କା ହୋଇଥିଲା | ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଆଜି ସକାଳେ କିଛି ପନିପରିବା ବେପାରୀ ଏକ ଟ୍ରକରେ ସେମାନଙ୍କ ପନିପରିବା ନେଇ ଯାଉଥିଲେ | ଏହି ଟ୍ରକ ନିୟନ୍ତ୍ରଣ ହରାଇ ଏକ ଟିପ୍ପରକୁ ଧକ୍କା ଦେଇଥିଲା | ଯାହାଫଳରେ ପନିପରିବା ବୋଝେଇ ଟ୍ରକଟି ୫୦ ମିଟର ଗଭୀର ଖାଇରେ ଖସି ପଡ଼ିଥିଲା। ଦୁର୍ଘଟଣାରେ ମୃତାହତମାନେ, ସମସ୍ତେ ପନିପରିବା ଓ ଫଳ ବିକ୍ରେତା | ସେମାନେ ସାଭାନୁରରୁ ଫଳ ବିକ୍ରୟ କରିବା ପାଇଁ ୟାଲାପୁରା ମେଳା ଅଭିମୁଖେ ଯାଉଥିଲେ। ଉତ୍ତର କନ୍ନଡ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଏମ ନାରାୟଣ କହିଛନ୍ତି ଯେ ସେମାନେ ସାଭାନୁର-ହୁବଲି ରାସ୍ତାରେ ଯାତ୍ରା କରୁଥିଲେ ଏବଂ ଏହି ଦୁର୍ଘଟଣା ଘଟିଥିଲା।
ନାରାୟଣ ଗଣମାଧ୍ୟମକୁ କହିଛନ୍ତି, 'ପ୍ରାୟ ସକାଳ ୪ଟାରେ, ଟ୍ରକ୍ ଡ୍ରାଇଭର ଅନ୍ୟ ଏକ ଗାଡ଼ିକୁ ରାସ୍ତା ଦେବା ସମୟରେ ଅତି ବାମ ପାର୍ଶ୍ୱକୁ ଚାଲିଯାଇଥିଲା ଏବଂ ପ୍ରାୟ ୫୦ ମିଟର ଗଭୀର ଘାଟିରେ ଖସିପଡ଼ିଥିଲା ।' ସେ କହିଛନ୍ତି ଯେ ଘାଟିର ରାସ୍ତାରେ କୌଣସି ସୁରକ୍ଷା ପ୍ରାଚୀର ନଥିଲା। କେତେକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ​​ଏବଂ ଅନେକ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ହୁବଲିର କେଏଆଇଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କର୍ଣ୍ଣାଟକର ରାଇଚୁରରେ ମଧ୍ୟ ଏକ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏଠାରେ ଏକ ଗାଡ଼ି ଓଲଟି ପଡ଼ିବାରୁ ଚାରି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି। ଏହି ଘଟଣାଟି ସିନ୍ଧାନୁରରେ ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/01/22/ggLe3f3AY5YRkCBKAAA7.jpg)