ବୀରମିତ୍ରପୁର: ବୀରମିତ୍ରପୁର ଥାନା ଅନ୍ତର୍ଗତ ଟୁଙ୍ଗରିଦଫେଇ ନିକଟରେ ଏକ ଅଟୋ ଦୁର୍ଘଟଣାରେ ଦୁଇଶିଶୁ ସହ ଏଗାରଜଣ ଆହତ ହୋଇଥିବା ଜଣାପଡିଛି! ଆହତଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି!

Advertisment

ମିଳିଥିବା ସୂଚନା ଅନୁଯାୟୀ  କୁଆଁରମୁଣ୍ଡା ବ୍ଲକ ପଞ୍ଚାୟତର କଦବାହାଲ ଘୁଣ୍ଟିଛାପଲ ବସ୍ତିରୁ ଏକ ଅଟୋ ନମ୍ବର ଓଆର୧୪ ଡବ୍ଲୁ 0୦୫୩୨ ଯାତ୍ରୀଧରି ବୀରମିତ୍ରପୁର ମାର୍କେଟ ଆସୁଥିବାବେଳେ ବୀରମିତ୍ରପୁର ଟୁଙ୍ଗରିଦଫେଇ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଳରେ ଓଲଟି ଯାଇଥିଲା!  ଅଟୋରେ ବସିଥିବା ଅଟୋ ଡ୍ରାଇଭର ତିଫିଲ ସୁରିନ , ଥୋମାସ ସୁରିନ , ମରିଅମ ଟେଟେ , ବିବିୟାଲ ସୁରିନ , ଫୁଲମାନି ସୁରିନ, ରୋଷା ସୁରିନ,ସୁଷମା ଡୁଙ୍ଗଡୁଙ୍ଗ,ଆଇରସ ଡୁଙ୍ଗଡୁଙ୍ଗ ,ଅନିରୁଦ୍ଧ ସୁରିନ, ସୁମିତ ସୁରିନ, ରିଲିନା ଟୋପୋ  ଆହତ ହୋଇଥିଲେ। ସେମାନଙ୍କ ଘର ଘଣ୍ଟିଛାପଲ ବସ୍ତିର ବୋଲି ଜଣାପଡିଛି!

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇଁ ବୀରମିତ୍ରପୁର ଥାନା ଏସଆଇ ବିଜୟ ଦେହୁରି ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ଅଟୋକୁ ଜବତ କରି ଥାନାକୁ ଆଣିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି! କିଛି ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ପଠାଯାଇଥିବା ଜଣାପଡିଛି!