ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି। ୧୩ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରୁ ସମୁଦାୟ ୧୧୬ଟି ଲୋକସଭା ଆସନ ପାଇଁ ଆଜି ମତଦାନ ହୋଇଯାଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟାରେ ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଜାତୀୟ ସ୍ତରରେ ସମୁଦାୟ ୬୧.୩୧% ମତଦାନ ହୋଇଛି ବୋଲି ସୂଚନା ରହିଛି।

Advertisment

ଆସାମରେ ମତଦାତାଙ୍କ ସଂଖ୍ୟା ୭୪.୦୫ ପ୍ରତିଶତ ରହିଥିବା ବେଳେ ବିହାରରେ ୫୪.୯୫, ଛତିଶଗଡ଼ରେ ୬୪.୦୩, ଦର୍ଗା ଏବଂ ନଗର ହାଭେଲିରେ ୭୧.୪୩, ଦାମନ ଆଣ୍ଡ୍‌ ଦିଉରେ ୬୫.୩୪, ଗୋଆରେ ୭୦.୯୬, ଗୁଜୁରାଟରେ ୫୮.୮୧, ଜମ୍ମୁ-କଶ୍ମୀରରେ ୧୨.୪୬, କର୍ଣ୍ଣାଟକରେ ୬୦.୮୭, କେରଳରେ ୬୮.୬୨, ମହାରାଷ୍ଟ୍ରରେ ୫୫.୦୫, ଓଡ଼ିଶା ୫୭.୮୪, ତ୍ରିପୁରାରେ ୭୧.୧୩, ଉତ୍ତରପ୍ରଦେଶରେ ୫୬.୩୬, ପଶ୍ଚିମବଙ୍ଗରେ ୭୮.୯୪ ପ୍ରତିଶତ ମତଦାନ ହୋଇଛି।

ମିଳିଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସର୍ବାଧିକ ମତଦାନ ପଶ୍ଚିମବଙ୍ଗରେ ହୋଇଥିବା ବେଳେ ସବୁୁ ଠାରୁ କମ୍‌ ମତଦାନ ହୋଇଛି ଜମ୍ମୁ-କଶ୍ମୀରଠାରେ।