ଜୟପୁର: ମାଫିଆ ମାନେ ବିଭିନ୍ନ ବାହାନ କରି ଓଡ଼ିଶା ବାହାରକୁ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି। ଅନେକ ସମୟରେ ସେମାନେ ଖସି ଯାଉଥିଲେ ବି ବେଳେ ବେଳେ ପୁଲିସ ଫନ୍ଦାରେ ପଡି ଯାଉଛନ୍ତି। କୋରାପୁଟ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୮୭ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ ୨ ଜଣ ମହିଳା ସମେତ ୧୨ ଜଣଙ୍କୁ ଗିରଫ କରିଛି ବୋଲି ମଙ୍ଗଳବାର ଏସ୍ପି ଡ. କନଓ୍ଵର ବିଶାଳ ସିଂହ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଜୟପୁରସ୍ଥିତ ଏସ୍ଡିପିଓ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କେଭି ସିଂହ କହିଛନ୍ତି, ପୁଲିସ ୪ଟି କାର୍, ୮ଟି ମୋବାଇଲ, ନଗଦ ୧୫,୩୦୦ ଟଙ୍କା ଓ ଗୋଟିଏ ବାଇକ୍ ଜବତ କରିଛି।
ଏସ୍ଡିପିଓ ସାଗରିକା ନାଥଙ୍କ ଉପସ୍ଥିତିରେ ଏସ୍ପି କହିଛନ୍ତି, ‘ଅପରେସନ୍ ଗ୍ରୀନ-୨ ଓ’ ମାଧ୍ୟବରେ ୨୦୧୯ରେ ଏଯାଏଁ ୭୮୫୦ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୧୨୦ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗଞ୍ଜେଇ ଚୋରାଚାଲାଣ ପାଇଁ ପୁଲିସ ସଜାଗ ରହିଛି। ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ କରି ଗଞ୍ଜେଇ ଜବତ କରୁଛି। ସେ କହିଛନ୍ତି, ୧୮୭ କେଜି ଗଞ୍ଜେଇକୁ ଜବତ କରିବା ପାଇଁ ପୁଲିସ ୩ଟି ସ୍ଥାନରେ ଚଢ଼ାଉ କରିଥିଲା।
ପ୍ରଥମ ଘଟଣା: ୬ ଅଭିଯୁକ୍ତ ଗିରଫ
-ଶଶୀ କୁମାର (୧୮), ବୈଶାଳୀ ଜିଲ୍ଲା, ବିହାର
-ସତ୍ୟେନ୍ଦ୍ର କୁମାର (୨୨), ଚମ୍ପାରଣ, ବିହାର
-ଅଜୟ ରାୟ (୨୮), ବୈଶାଳୀ, ବିହାର
-ନରେଶ ରାୟ (୩୫), ବୈଶାଳୀ, ବିହାର
-କିରଣ ଦେବୀ (୨୮), ହାଜିପୁର, ବିହାର
-ବେବି ଦେବୀ (୨୫), ବୈଶାଳୀ, ବିହାର
ଦ୍ୱିତୀୟ ଘଟଣା: ୪ ଅଭିଯୁକ୍ତ ଗିରଫ
-ଗୋପୀନାଥ ନିରିକି (୨୫), ମାଛକୁଣ୍ଡ, କୋରାପୁଟ
-ଅବୀର ଖୋସଲେ (୩୦), ଜୁନାଗଡ଼, କଳାହାଣ୍ଡି
-ଜଗବନ୍ଧୁ ମେହେର, (୩୪), ଜୁନାଗଡ଼, କଳାହାଣ୍ଡି
-ଘାସିରାମ ବେହେରା (୪୧), ଜୁନାଗଡ଼, କଳାହାଣ୍ଡି
ତୃତୀୟ ଘଟଣା: ୨ ଅଭିଯୁକ୍ତ ଗିରଫ
-ରାଜୁ ମୁଦୁଲି (୧୯), ମାଛକୁଣ୍ଡ, କୋରାପୁଟ
-ଅର୍ଜୁନ ମୁଦୁଲି (୧୯), ମାଛକୁଣ୍ଡ, କୋରାପୁଟ