ମୁନିଗୁଡ଼ା: ରାଜ୍ୟ ସରକାରର ନଗର ଉନ୍ନୟନ ବିଭାଗର ଚଳିତ ମାସ ୧୬ ତାରିଖରେ ରାଜ୍ୟର ୭ଜିଲ୍ଲାର ୧୨ଟି ବିଜ୍ଞାପିତ ପରିଷଦ ଅଂଚଳ ଗଠନ ନିମନ୍ତେ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଥିଲେ ଏଥିରେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାକୁ ବାଦ ଦିଆଯାଇଛି। ଏଥି ପୂର୍ବରୁ ପୂର୍ବ ସରକାର ରାୟଗଡ଼ା ଜିଲ୍ଲାର ଚାନ୍ଦିଲି,ମୁନିଗୁଡ଼ା ଏବଂ ବିଷମ କଟକକୁ ବିଜ୍ଞାପିତ ପରିଷଦ ଅଞ୍ଚଳ କରିବା ନିମନ୍ତେ ଘୋଷଣା କରିଥିଲେ। ଏବେ ମୁନିଗୁଡ଼ାକୁ କାହିଁକି ବାଦ୍ ଦିଆଗଲା ବୋଲି ସେନେଇ ପ୍ରଶ୍ନ ଉଠିଛି।
ମୁନିଗୁଡ଼ାକୁ ତାଲିକାରୁ ବାଦ୍ ପଡ଼ିବା ପରେ ମୁନିଗୁଡ଼ା ବ୍ଲକର ବିଭିନ୍ନ ସଂଗଠନ, ବ୍ୟବସାୟୀ, ବୁଦ୍ଧିଜୀବୀମାନେ ଏକ ହୋଇ ଘନ ଘନ ବୈଠକ ଚଳାଇବା ସହ ଆଜି ଏନ୍.ଏ.ସି. ଘୋଷଣା ଦାବିରେ ମୁନିଗୁଡ଼ା ୧୨ ଘଣ୍ଟିଆ ବନ୍ଦ କରିଛନ୍ତି। ବନ୍ଦ ଫଳରେ ମୁନିଗୁଡ଼ାରୁ ଭବାନୀପାଟଣା, ଫୁଲବାଣୀ ଏବଂ ରାୟଗଡ଼ାକୁ ଗାଡ଼ି ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଛି। ଏଥି ସହିତ ମୁନିଗୁଡ଼ାର ସମସ୍ତ ଦେକାନ ବଜାର ବନ୍ଦ ରହିଛି। ଏହି ବନ୍ଦରେ ସମସ୍ତ ରାଜନୈତିକ ଦଳର କର୍ମୀ, ବ୍ୟବସାୟୀ, ବୁଦ୍ଧିଜୀବୀ ଓ ସାମ୍ବାଦିକମାନେ ସାମିଲ ହୋଇଛନ୍ତି । ଯଦି ସରକାର ମୁନିଗୁଡ଼ାବାସୀଙ୍କ ଦାବି ପୁରଣ ନ କରନ୍ତି, ତେବେ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମୁନିଗୁଡ଼ାବାସୀ ଚରମ ବାଣୀ ଶୁଣାଇଛନ୍ତି।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/20/untitled-2025-08-20-10-30-57.png)