ରାଉରକେଲା: ନିକଟରେ ପାନପୋଷ ଜିଲ୍ଲା ବିଜେପିର ୨୧ ମଣ୍ଡଳ ସଭାପତିଙ୍କ ମଧ୍ୟରୁ ୧୨ ଜଣଙ୍କ ନାମ ଘୋଷଣା କରାଯାଇଛି। ବାକି ୧୦ ମଣ୍ଡଳସଭାପତିଙ୍କ ନାମ ଘୋଷଣା ଅପେକ୍ଷାରେ ରହିଛି। ଏସବୁ ମଧ୍ୟରେ ପାନପୋଷ ଜିଲ୍ଲାସଭାପତି ପଦ ହାତେଇବାକୁ ନେତାଙ୍କ ମଧ୍ୟରେ ଚାଲିଛି ଯୋରଦାର ପ୍ରତିଯୋଗିତା। ବିଜେପି ରାଜ୍ୟ ରିଟଣ୍ଣିଂ ଅଧିକାରୀ କାହାକୁ ମନୋନୀତ କରୁଛନ୍ତି ତା’ଉପରେ ଦଳୀୟ ନେତା ଓ କର୍ମୀଙ୍କ ନଜର ରହିଛି।
ଆବେଦନ ତାଲିକାରେ ରହିଛନ୍ତି ପୂର୍ବତନ ବିଧାୟକ ଶଙ୍କର ଓରାମ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ଶଙ୍କର ପୂଜାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ କାଉଲନ୍ସିଲର ପ୍ରମିଳା ଦାସ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେର୍କେଟା, ଜିଲ୍ଲା ଉପସଭାପତି ମଳୟ ରଞ୍ଜନ ମହାପାତ୍ର, ଜିଲ୍ଲା ସମ୍ପାଦକ ଅଜୟ କଂସାରୀ, ଜିଲ୍ଲା ସମ୍ପାଦକ ପରେଶ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ଜେନା। ସେମିତି ବିଜେପିର ସଦସ୍ୟ ରଣଜିତ ନାୟକ, ପ୍ରବାଳ ବାରିକ୍, ଶ୍ରୀଧର ମଲ୍ଲିକ ଓ ରାଜକିଶୋର ଭଞ୍ଜ। ଏମାନଙ୍କ ମଧ୍ୟରୁ ପୂର୍ଣ୍ଣିମା କେର୍କେଟା, ଶଙ୍କର ଓରାମ, ପ୍ରମିଳା ଦାସ ଓ ଶଙ୍କର ପୂଜାରୀଙ୍କ ନାମକୁ ଦଳୀୟ ନେତା ଓ କର୍ମୀ ମହଲରେ ବେଶ୍ ଚର୍ଚ୍ଚା ହେଉଛି। ଯେଉଁମାନେ ଆବେଦନ କରିଛନ୍ତି, ସେମାନଙ୍କ ମଧ୍ୟରୁ କିଛି ନେତା ଓ ନେତ୍ରୀ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପାଖଲୋକ ହୋଇଥିବାବେଳେ ଆଉକିଛି ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କର ଅତି ନିକଟତର। ଆବେଦନ କରିଥିବା କିଛି ନେତା କେନ୍ଦ୍ରମନ୍ତ୍ରୀ ଜୁଏଲ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପଙ୍କୁ ବାଦ୍ ଦେଇ ଭୁବନେଶ୍ବରରେ ଦଳର ହାଇକମାଣ୍ଡଙ୍କ ନିକଟରେ ନିଜର ଲବି ଚଳାଇଥିବା ଶୁଣିବାକୁ ମିଳୁଛି। ରାଜ୍ୟ ରିଟର୍ଣ୍ଣିଂ ଅଧିକାରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ସଭାପତି ପାଇଁ ଆବେଦନ କରିଥିବା ୧୨ ନେତାଙ୍କ ମଧ୍ୟରୁ ପ୍ରାୟ ୩ ନେତାଙ୍କ ନାମ ଚୟନ କରି ହାଇକମାଣ୍ଡଙ୍କ ନିକଟରୁ ପଠାଇବେ। ତିନି ଜଣଙ୍କ ମଧ୍ୟରୁ ଦଳର ହାଇକମାଣ୍ଡର ଜଣଙ୍କୁ ମନୋନୀତ କରିବା ପରେ ସାଂସଦ ଶ୍ରୀ ଷଡ଼ଙ୍ଗୀ ତାଙ୍କ ନାମ ଘୋଷଣା କରିବେ କୁହାଯାଉଛି।
ଜିଲ୍ଲାସଭାପତି ପାଇଁ ମୋଟ ୧୨ ନେତା ଆବେଦନ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି କିଛି ପୁରୁଣା ଓ ନୂଆ ନେତା। ୬ ବର୍ଷ ଧରି ବିଭିନ୍ନ ପଦପଦବିରେ ରହିଥିବା ନେତାନେତ୍ରୀ ପ୍ରାଥମିକତା ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ହେଲେ ଆବେଦନ କରିଥିବା କିଛି ନୂଆ ସଦସ୍ୟ ମଧ୍ୟ ଜିଲ୍ଲାସଭାପତି ପଦବି ପାଇଁ ବେଶ୍ ଆଗ୍ରହୀ ଅଛନ୍ତି। ଆବେଦନ ତାଲିକାରେ ରହିଛନ୍ତି ପୂର୍ବତନ ବିଧାୟକ ଶଙ୍କର ଓରାମ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ଶଙ୍କର ପୂଜାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ କାଉଲନ୍ସିଲର ପ୍ରମିଳା ଦାସ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେର୍କେଟା, ଜିଲ୍ଲା ଉପସଭାପତି ମଳୟ ରଞ୍ଜନ ମହାପାତ୍ର, ଜିଲ୍ଲା ସମ୍ପାଦକ ଅଜୟ କଂସାରୀ, ଜିଲ୍ଲା ସମ୍ପାଦକ ପରେଶ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ଜେନା। ସେମିତି ବିଜେପିର ସଦସ୍ୟ ରଣଜିତ ନାୟକ, ପ୍ରବାଳ ବାରିକ୍, ଶ୍ରୀଧର ମଲ୍ଲିକ ଓ ରାଜକିଶୋର ଭଞ୍ଜ। ଏମାନଙ୍କ ମଧ୍ୟରୁ ପୂର୍ଣ୍ଣିମା କେର୍କେଟା, ଶଙ୍କର ଓରାମ, ପ୍ରମିଳା ଦାସ ଓ ଶଙ୍କର ପୂଜାରୀଙ୍କ ନାମକୁ ଦଳୀୟ ନେତା ଓ କର୍ମୀ ମହଲରେ ବେଶ୍ ଚର୍ଚ୍ଚା ହେଉଛି। ଯେଉଁମାନେ ଆବେଦନ କରିଛନ୍ତି, ସେମାନଙ୍କ ମଧ୍ୟରୁ କିଛି ନେତା ଓ ନେତ୍ରୀ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପାଖଲୋକ ହୋଇଥିବାବେଳେ ଆଉକିଛି ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କର ଅତି ନିକଟତର। ଆବେଦନ କରିଥିବା କିଛି ନେତା କେନ୍ଦ୍ରମନ୍ତ୍ରୀ ଜୁଏଲ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପଙ୍କୁ ବାଦ୍ ଦେଇ ଭୁବନେଶ୍ବରରେ ଦଳର ହାଇକମାଣ୍ଡଙ୍କ ନିକଟରେ ନିଜର ଲବି ଚଳାଇଥିବା ଶୁଣିବାକୁ ମିଳୁଛି। ରାଜ୍ୟ ରିଟର୍ଣ୍ଣିଂ ଅଧିକାରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ସଭାପତି ପାଇଁ ଆବେଦନ କରିଥିବା ୧୨ ନେତାଙ୍କ ମଧ୍ୟରୁ ପ୍ରାୟ ୩ ନେତାଙ୍କ ନାମ ଚୟନ କରି ହାଇକମାଣ୍ଡଙ୍କ ନିକଟରୁ ପଠାଇବେ। ତିନି ଜଣଙ୍କ ମଧ୍ୟରୁ ଦଳର ହାଇକମାଣ୍ଡର ଜଣଙ୍କୁ ମନୋନୀତ କରିବା ପରେ ସାଂସଦ ଶ୍ରୀ ଷଡ଼ଙ୍ଗୀ ତାଙ୍କ ନାମ ଘୋଷଣା କରିବେ କୁହାଯାଉଛି।
ଜିଲ୍ଲା ସଭାପତି ଘୋଷଣା ହେଉ ନଥିବାରୁ ରାଉରକେଲାରେ ବିକାଶମୂଳକ କାମ ଆଗକୁ ବଢ଼ୁନି। ଆର୍ଜିଏଚ୍ଠୁ ଆରମ୍ଭ କରି ରାଉରକେଲା ମହାନଗର ନିଗମ (ଆର୍ଏମ୍ସି)ରେ ଲାଗିଥିବା ନାନାଦି ସମସ୍ୟାର ସମାଧାନ ହୋଇପାରୁନି। ଆର୍ଜିଏଚ୍ରେ ପ୍ରତ୍ୟେକ କାମରେ ମାଳମାଳ ଦୁର୍ନୀତି ପଦାକୁ ଆସିବା ପରେ ମଧ୍ୟ ଏଯାଏଁ କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିନି। ଆଗାମୀ ଦିନରେ ହେବାକୁ ଯାଉଥିବା ନୂଆ ଜିଲ୍ଲା ସଭାପତି ଦଳର ନେତା ଓ କର୍ମୀଙ୍କୁ ଏକାଠି କରି ସହରର ସମସ୍ୟାକୁ ସମାଧାନ କରିବାରେ କେତେଦୂର ସକ୍ଷମ ହେଉଛନ୍ତି, ତା’ ଉପରେ ସହରବାସୀଙ୍କ ନଜର ରହିଛି।