୧୨୩ କିଲୋ ଗଞ୍ଜେଇ ଜବତ, ୩ ଜଣ ଗିରଫ

ଜୟପୁର: ଲମତାପୁଟ ଅଞ୍ଚଳରୁ ଭାୟା ଜୟପୁର ଦେଇ ବାହାର ରାଜ୍ୟକୁ ଗଞ୍ଜେଇ ଅନବରତ ଭାବ‌େ ଚାଲାଣ ହେଉଛି। ପୁଲିସକୁ ଚକମା ଦେଇ କେତେକ ଚାଲାଣକାରୀ ନେଇଯାଉଥିବା ବେଳେ ଆଉ କିଛି ଧରାପଡ଼ିଯାଉଛନ୍ତି। ସେହିଭଳି ଗତକାଲି ଲମତାପୁଟ ଅଞ୍ଚଳରୁ ଗଞ୍ଜେଇ ଚାଲାଣ‌ ବେଳ ଜୟପୁର ସଦର ପୁଲିସ ଗୋଟିଏ କାରକୁ କାବୁ କରିଛି। ଏହି ମାମଲାରେ ୩ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ‌ହେଲେ କଳାହାଣ୍ଡି ଜିଲ୍ଲାର କଙ୍ଗାରୁଗୁଡା ଗ୍ରାମର ଅମିତ କୁମାର ବେହେରା (୩୦), ଖରଇପଦର ଗ୍ରାମର ହିମାଂଶୁ ପାତ୍ର (୩୦) ଓ ଦେବେନ୍ଦ୍ର ପାତ୍ର (୩୯)। ଗ‌ଞ୍ଜେଇ ସହ ଗୋଟିଏ ଟାଟା ଜେଷ୍ଟ୍ କାର ଓ ୩ଟି ‌ମୋବାଇଲ୍ ଜବତ କରାଯାଇଥିବା ନେଇ ଥାନା ଅଧିକାରୀ ଆଦିତ୍ୟ ମହାକୁର ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଲମତାପୁଟ ଅଞ୍ଚଳରୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସଦରପୁଲିସ ବିଶେଷସୁତ୍ରରୁ ଖବର ପାଇଥିଲା। ଥାନା ଅଧିକାରୀ ଏସ୍‌ଆଇ ପିକେ ମହାନ୍ତଙ୍କ ସେମତ ପୁଲିସ୍ ଟିମ୍ ନେଇ ଦିନ ଗୋଟାଏ ବେଳେ ଡଙ୍ଗରଛିଞ୍ଚି ଗ୍ରାମ ଛକ ଠାରେ ବିଭିନ୍ନ ଗାଡିକୁ ଯାଞ୍ଚ କରୁଥିଲେ। ସେହି ସମୟରେ ଏହି କାରଟି ଆସୁଥିବାର ଦେଖି ତାହାକୁ ଅଟକାଇ ଯାଞ୍ଚ କରିଥିଲେ। ସେଥିରେ ଗଞ୍ଜେଇ ବସ୍ତା ରହିଥିବା ‌ଦେଖି ଗାଡିକୁ ଜବତ କରିଥିଲେ ଓ ୩ ଜଣ ଅଭିଯୁକ୍ତକୁ ଗିରଫ କରିଥିଲେ। ସେଥିରୁ ୧୨୩ କିଲୋଗ୍ରାମ ଗଞ୍ଜେଇ ମିଳିଥିବା ବ‌େଳେ ତାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଘଟଣାସ୍ଥଳରୁ କାର୍ ଓ ସେମାନଙ୍କ ମୋବାଇଲକୁ ପୁଲିସ ଜବତ କରିଥିଲେ। ଏନେଇ ସଦରଥାନାରେ ୪୫/୨୧ ନମ୍ବରରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର