ରାଉରକେଲା,୧୨।୮(ଇମିସ): ସ୍ମାର୍ଟସିଟି ରାଉରକେଲାରୁ ଦୁବାଇକୁ ଲମ୍ବିଛି ସାଇବର କ୍ରାଇମ୍ ଚେର। କୋଟିକୋଟି ଟଙ୍କା ବେଆଇନ କାରବାର। ଅଭିଯୁକ୍ତମାନେ ଫିଲ୍ମ ଷ୍ଟାଇଲ୍ରେ ଜେଲ୍ରେ କରିଥିଲେ ଯୋଜନା। ପ​ରେ ଜାମିନ୍ରେ ଆସି ସହରର ଗରିବନିରୀହ ଲୋକଙ୍କୁ କରୁଥିଲେ ଟାର୍ଗେଟ୍। ଏହି ସାଇବର ଠକେଇ ଗ୍ୟାଙ୍ଗ୍ର ୧୪ ଜଣ ସଦସ୍ୟଙ୍କୁ ବାନ୍ଧିଛି ରାଉରକେଲା ପୁଲିସ। ପ୍ରଥମ ପର୍ଯ୍ୟା​ୟରେ ୫ ଜଣକୁ ଗିରଫ କରାଯାଇଥିବାବେଳେ ୯ ଜଣଙ୍କୁ ବାନ୍ଧିଛି ପୁଲିସ। ଅଭିଯୁକ୍ତମାନେ ହେଲେ ସେକ୍ଟର-୧୭ ପାର୍କ ବସ୍ତିର ରାଜେଶ ନାଗ(୪୩) ଓ ରାହୁଲ କୁମ୍ଭାର(୨୩), ସେକ୍ଟର-୬ ଏଚ୍ ବ୍ଲକ୍ ବସ୍ତିର ଶତ୍ରୁଘନ ନାଗ(୩୫), ଶିବ ବସ୍ତିର ବିକାଶ ସାହୁ(୨୫), ଉତ୍କଳ ବସ୍ତିର ଲକ୍ଷଣ ରାଓ(୩୬), ଲାଠିକଟାର ଜୟନ୍ତ ପ୍ରଧାନ(୨୬), ପାନପୋଷର ମେହୁଲ ସାହୁ(୨୩) ଓ ଦୀପକ ମୁଖୀ(୨୬), ଗଞ୍ଜାମ ବସ୍ତିର ସଚିନ ଜେନା(୨୩), ଉତ୍କଳ ବସ୍ତିର ଆଦିତ୍ୟ ନାଗବଂଶୀ(୧୯), ବୀରମିତ୍ରପୁରର ମୋହସିନ୍ ଖାନ(୨୮), ବିବେକାନନ୍ଦପାଲିର ଶେଖ୍ ସାହିଦୁଲ ଅଲ୍ଲି(୩୧), ଗାନ୍ଧୀରୋଡ୍ ମାଛ ମାର୍କେଟ୍ ଅଞ୍ଚଳର ସାହିଲ ଖୁଣ୍ଡିଆ(୨୩) ଓ ଗୋପବନ୍ଧୁପାଲିର ଶିଳ୍ପୀ ସାହୁ(୨୨)। ସେମାନଙ୍କ ଠାରୁ ୩୦ଟି ଆଧାର କାର୍ଡ, ୧୦ଟି ପାନ୍ କାର୍ଡ, ୧୭ଟି ବ୍ୟାଙ୍କ ପାସ୍ବୁକ୍, ୪ଟି ଚେକ୍ ବୁକ୍, ଗୋଟିଏ କାର(ଓଆର୍-୧୫ଏନ୍-୯୭୩୬), ଗୋଟିଏ ବାଇକ୍(ଓଡି-୧୪ଏଜେ-୫୧୭୨), ଡେଲ୍ ଲାପଟପ୍ ଓ ୧୫ଟି ମୋବାଇଲ୍ ଜବତ ହୋଇଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସାଇବର ଠକେଇ ଗ୍ୟାଙ୍ଗ୍ର ୧୪ ଜଣ ସଦସ୍ୟଙ୍କୁ ବାନ୍ଧିଛି ରାଉରକେଲା ପୁଲିସ। ପ୍ରଥମ ପର୍ଯ୍ୟା​ୟରେ ୫ ଜଣକୁ ଗିରଫ କରାଯାଇଥିବାବେଳେ ଆଜି ୯ ଜଣଙ୍କୁ ବାନ୍ଧିଛି ପୁଲିସ। ଅଭିଯୁକ୍ତମାନେ ହେଲେ ସେକ୍ଟର-୧୭ ପାର୍କ ବସ୍ତିର ରାଜେଶ ନାଗ(୪୩) ଓ ରାହୁଲ କୁମ୍ଭାର(୨୩), ସେକ୍ଟର-୬ ଏଚ୍ ବ୍ଲକ୍ ବସ୍ତିର ଶତ୍ରୁଘନ ନାଗ(୩୫), ଶିବ ବସ୍ତିର ବିକାଶ ସାହୁ(୨୫), ଉତ୍କଳ ବସ୍ତିର ଲକ୍ଷଣ ରାଓ(୩୬), ଲାଠିକଟାର ଜୟନ୍ତ ପ୍ରଧାନ(୨୬), ପାନପୋଷର ମେହୁଲ ସାହୁ(୨୩) ଓ ଦୀପକ ମୁଖୀ(୨୬), ଗଞ୍ଜାମ ବସ୍ତିର ସଚିନ ଜେନା(୨୩), ଉତ୍କଳ ବସ୍ତିର ଆଦିତ୍ୟ ନାଗବଂଶୀ(୧୯), ବୀରମିତ୍ରପୁରର ମୋହସିନ୍ ଖାନ(୨୮), ବିବେକାନନ୍ଦପାଲିର ଶେଖ୍ ସାହିଦୁଲ ଅଲ୍ଲି(୩୧), ଗାନ୍ଧୀରୋଡ୍ ମାଛ ମାର୍କେଟ୍ ଅଞ୍ଚଳର ସାହିଲ ଖୁଣ୍ଡିଆ(୨୩) ଓ ଗୋପବନ୍ଧୁପାଲିର ଶିଳ୍ପୀ ସାହୁ(୨୨)। ସେମାନଙ୍କ ଠାରୁ ୩୦ଟି ଆଧାର କାର୍ଡ, ୧୦ଟି ପାନ୍ କାର୍ଡ, ୧୭ଟି ବ୍ୟାଙ୍କ ପାସ୍ବୁକ୍, ୪ଟି ଚେକ୍ ବୁକ୍, ଗୋଟିଏ କାର(ଓଆର୍-୧୫ଏନ୍-୯୭୩୬), ଗୋଟିଏ ବାଇକ୍(ଓଡି-୧୪ଏଜେ-୫୧୭୨), ଡେଲ୍ ଲାପଟପ୍ ଓ ୧୫ଟି ମୋବାଇଲ୍ ଜବତ ହୋଇଛି।
ସୂଚନାନୁଯାୟୀ, ଗିରଫ ହୋଇଥିବା ୧୪ ଜଣଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପେସାଦାର ଅପରାଧୀ। ଏମାନେ ଛୋଟବଡ଼ ମାମଲାରେ ଗିରଫ ହୋଇ ଜେଲ୍ରେ ଥିଲେ। ଜେଲ୍ରେ ମିଶିବା ପରେ ସୁବିଧାରେ ଟଙ୍କା ରୋଜଗାରର ପନ୍ଥା ପାଇଥିଲେ। ପରେ ସହରର ଗରିବ ଅଶିକ୍ଷିତ ଲୋକଙ୍କୁ କରୁଥିଲେ ଟାର୍ଗେଟ୍। ସାଙ୍ଗରେ ଥିଲେ ବନ୍ଧନ ବ୍ୟାଙ୍କ ଓ ଆଇଡିବିଆଇ ବ୍ୟାଙ୍କ କର୍ମଚାରୀ। ପ୍ରଥମେ ଲୋକଙ୍କୁ ନେଇ ବିଭିନ୍ନ ନେଟ୍ୱର୍କର ସିମ୍ କିଣୁଥିଲେ। ପରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାରୁ ପ୍ରବର୍ତ୍ତାଉଥିଲେ। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ​ଲୋକଙ୍କୁ ମାତ୍ର ୧୦୦୦ରୁ ୨୦୦୦ ହଜାର ଟଙ୍କା ଦେଉଥିଲେ। ଏହି ଆକାଉଣ୍ଟ ଖୋଲାଇବାରୁ ନେଇ କେୱାଇସି ପ୍ରୋସେସ୍ ଯାଏ ଉଭୟ ବ୍ୟାଙ୍କର କର୍ମଚାରୀ ସହଯୋଗ କରୁଥିଲେ। ପ୍ରତି ଆକାଉଣ୍ଟ ଖୋଲିବାକୁ ତାଙ୍କୁ ମିଳୁଥିଲା ଇନ୍ସେନ୍ଣ୍ଟିଭ୍। ତାପରେ ଆକାଉଣ୍ଟ କଲେକ୍ଟରମାବେ ସମ୍ପୂର୍ଣ୍ଣ ତଥ୍ୟ ଏବଂ ସିମ୍କାର୍ଡକୁ ସାଇବର ଅପରାଧୀଙ୍କୁ ୮ ହଜାରରୁ ୧୦ ହଜାର ଟଙ୍କା​ରେ ବିକ୍ରି କରୁଥିଲେ। ଆଉ ସାଇବର ଅପରାଧୀମାନେ କୋଟିକୋଟି ଟଙ୍କା ଠକେଇ କରୁଥିଲେ। ​ଏହି ଚେର ରାଉରକେଲାରୁ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ ଓ ବିହାର ଭଳି ରାଜ୍ୟକୁ ଲମ୍ବିଛି। କେବଳ ସେତିକିରେ ଲିଙ୍କ ସୀମିତ ନହୋଇ ଦୁବାଇ ଓ ନେପାଳକୁ ମଧ୍ୟ ଲମ୍ବିଛି ବୋଲି ପୁଲିସ ଜାଣିବାକୁ ପାଇଛି। ପୁଲିସ ୨୮ରୁ ୩୦ଟି ଆକାଉଣ୍ଟକୁ ଠାବ କରିଛି। ସେଥିରେ ୧୦ ଲକ୍ଷ, ୨୦ଲକ୍ଷରୁ ​ନେଇ ୩୦, ୪୦ ଲକ୍ଷ ପର୍ଯ୍ୟନ୍ତ କାରବାର ହେଉଥିଲା। ଏହି ଘଟଣାରେ ଆହୁରି ଅଧିକ ଆକାଉଣ୍ଟ କଲେକ୍ଟରଙ୍କର ସହ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଛି। ସେମାନଙ୍କୁ ଧରିବାକୁ ତନାଘନା ଜାରି ରହିଛି। ଏନେଇ ରାଉରକେଲା ପୁଲିସ ଜିଲ୍ଲା କାର୍ଯ୍ୟାଳୟରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ସୂଚନା ଦେଇଛନ୍ତି। ରାଉରକେଲା ଏସ୍ପି ନୀତେଶ ୱାଧୱାନୀ, ଅତିରିକ୍ତ ଏସ୍ପି ଶ୍ରବଣୀ ନାୟକ ଉପସ୍ଥିତ ଥିଲେ। ଅତିରିକ୍ତ ଏସ୍ପି ସେରୋଫିନା ଖେସ୍, ସାଇବର ଥାନା ଅଧିକାରୀ ପଦ୍ମାବତୀ ମିର୍ଧା, ଏସ୍ଆଇ ସମ୍ପଦ ମହାନ୍ତିଙ୍କ ସହ ସାଇବର ଥାନା ଅଧିକାରୀ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/13/untitled-2025-08-13-10-39-51.png)