ରାଉରକେଲା/ବିଶ୍ରା: କିଛି ମାସର ବ୍ୟବଧାନ ପରେ ପୁଣି ଜନବସତି ମୁହାଁ ହୋଇଛନ୍ତି ହାତୀପଲ। ଗତ ରାତି ପ୍ରାୟ ୯ଟାରେ ୧୪ଟିକିଆ ହାତୀପଲ ବନ୍ଧମୁଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟ ପଛପାର୍ଶ୍ବ ବାହାଗଡ଼ ଗ୍ରାମ ନିକଟରେ ଅଟକି ରହିଛନ୍ତି। ଗାଁ ନିକଟରେ ହାତୀପଲ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହାତୀପଲଙ୍କୁ ଦେଖି ବିଦ୍ୟୁତ୍‌ କାଟି ଦିଆଯାଇଛି।

Advertisment

ଅନ୍ଧାରରେ ଥିବା ଅଞ୍ଚଳବାସୀ ହାତୀପଲ ଭୟରେ ଘର ଭିତରକୁ ନ ଯାଇ ରାତିତମାମ ବାହାରେ ବୁଲାବୁଲି କରିଥିଲେ। ଜନବସତି ମୁହାଁ ନ ହେବାକୁ ଉଭୟ ବନବିଭାଗ କର୍ମଚାରୀ ଓ ଗ୍ରାମବାସୀ ହାତୀପଲଙ୍କ ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି। ସୁରକ୍ଷିତ ଭାବେ ହାତୀପଲକୁ ନିକଟସ୍ଥ ଜଙ୍ଗଲକୁ ଘୋଡାଇଦେବାକୁ ପ୍ରୟାସ ଜାରି ରଖିଛି। ସେପଟେ ହାତୀପଲକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳବାସୀ ଗ୍ରାମନିକଟରେ ବେଶ୍‌ ଭିଡ଼ ଜମାଇଛନ୍ତି। ଗତ ଦୁଇ ଦିନ ତଳେ ୮ଟିକିଆ ହାତୀପଲ ନିକଟସ୍ଥ ଜଙ୍ଗଲରୁ ବନ୍ଧମୁଣ୍ଡା ଆଡକୁ ଚାଲିଯାଇଥିଲେ। ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ହାତୀପଲଙ୍କୁ ଜଙ୍ଗଲକୁ ଆଡକୁ ଘଉଡାଇଦେଇଥିଲେ।