ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ୍ର ଜରାଇକେଲା ସୀମାରେ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାରେ ଏକ ବଡ଼ ନକ୍ସଲ ଷଡ଼୍ଯନ୍ତ୍ରକୁ ପୁଲିସ ଓ ସିଆର୍ପିଏଫ୍ ପଣ୍ଡ କରି ଦେଇଛନ୍ତି। ସୁରକ୍ଷାବାହିନୀ ଟୋକଲୋ ଓ କୁଚାଇ ଜଙ୍ଗଲରୁ ଦୁଇକିଲୋ ଓଜନ ବିଶିଷ୍ଟ ୧୪ଟି ଶକ୍ତିଶାଳୀ ଲ୍ୟାଣ୍ଡମାଇନ, ଦେଶୀ ହାତତିଆର ବୋମା, ଆମୋନିୟମ୍ ନାଇଟ୍ରେଟ୍ ପାଉଡର, ଷ୍ଟିଲ୍ କଣ୍ଟେନର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ସମସ୍ତ ଜବତ ବିସ୍ଫୋରକଗୁଡ଼ିକୁ ଘଟଣାସ୍ଥଳରେ ନଷ୍ଟକରି ଦିଆଯାଇଛି।
ବିଶ୍ରା ବ୍ଲକ୍ର ଜରାଇକେଲା ସୀମାରେ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାରେ ଏକ ବଡ଼ ନକ୍ସଲ ଷଡ଼୍ଯନ୍ତ୍ରକୁ ପୁଲିସ ଓ ସିଆର୍ପିଏଫ୍ ପଣ୍ଡ କରି ଦେଇଛନ୍ତି। ସୁରକ୍ଷାବାହିନୀ ଟୋକଲୋ ଓ କୁଚାଇ ଜଙ୍ଗଲରେ ଦୁଇକିଲୋ ଓଜନ ବିଶିଷ୍ଟ ୧୪ଟି ଶକ୍ତିଶାଳୀ ଲ୍ୟାଣ୍ଡମାଇନ, ଦେଶୀ ହାତତିଆର ବୋମା, ଆମୋନିୟମ୍ ନାଇଟ୍ରେଟ୍ ପାଉଡର, ଷ୍ଟିଲ୍ କଣ୍ଟେନର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ସମସ୍ତ ଜବତ ବିସ୍ଫୋରକଗୁଡ଼ିକୁ ଘଟଣାସ୍ଥଳରେ ନଷ୍ଟକରି ଦିଆଯାଇଛି।
ପୁଲିସକୁ ସୂଚନା ମିଳିଥିଲା ଯେ ସିପିଆଇ ମାଓବାଦୀଙ୍କ ଶୀର୍ଷନେତା ମିସିର ବେସରା, ଅନମୋଲ, ଅଜୟ ମାହାତୋ, ପିଣ୍ଟୁ ଲୋଦ୍ରା, ଜୟକାନ୍ତଙ୍କ ସମେତ ଅନ୍ୟାନ୍ୟ ହାର୍ଡକୋର ମାଓବାଦୀ ଟୋକଲୋ ଓ କୁଚାଇ ଜଙ୍ଗଲରେ ଲୁଚିଛନ୍ତି। ସେହି ଆଧାରରେ ସୁରକ୍ଷାବାହିନୀ ଅଭିଯାନ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/07/21/new-project-26-2025-07-21-08-38-36.jpg)