କାନପୁର: ମହିଳାଙ୍କୁ ଅସଦାଚରଣ କରିବା ମହଙ୍ଗା ସାବ୍ୟସ୍ତ ହେଲା | ଯୁବକ ଜଣକ ସିନା ଅସଦାଚରଣ କରିଦେଲେ କିନ୍ତୁ କେବେ ବି ଭାବିନଥିବେ ଯେ ତାଙ୍କର ଏଭଳି ଅବସ୍ଥା ହେବ | ୪୮ ସେକେଣ୍ଡ ମଧ୍ୟରେ ଯୁବତୀ କଷିଦେଲେ ୧୪ ଚାପୁଡ଼ା | ଉତ୍ତରପ୍ରଦେଶର କାନପୁରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି | ବାସ୍ତବରେ ଜଣେ ମୁସଲିମ ମହିଳାଙ୍କୁ ହଇରାଣ କରୁଥିବା ଯୁବକକୁ ଧରି ତାଙ୍କୁ ବାରମ୍ବାର ଚାପୁଡ଼ା ମାରିଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି | ମାତ୍ର ୪୮ ସେକେଣ୍ଡରେ ବୁର୍ଖା ପିନ୍ଧିଥିବା ମହିଳା ଜଣକ ବଜାରରେ ଯୁବକଙ୍କୁ ୧୪ ଥର ଚାପୁଡ଼ା ମାରିଥିଲେ।
କାନପୁରର ବେକୋନଗଞ୍ଜ ଅଞ୍ଚଳର ଏକ ମୁସଲିମ ବଜାରରେ, ମହିଳାଙ୍କ ଭିଡ଼ ମଧ୍ୟରେ, ଜଣେ ଯୁବକ ସେହି ବାଟ ଦେଇ ଯାଉଥିବା ସମୟରେ ମହିଳାଙ୍କୁ ଅନୁପଯୁକ୍ତ ଭାବରେ ସ୍ପର୍ଶ କରୁଥିଲେ। ସେ ତାଙ୍କ ପ୍ରତି ଅଶ୍ଳୀଳ ଇଙ୍ଗିତ ମଧ୍ୟ କରୁଥିଲେ। ଅନେକ ମହିଳା ଯୁବକଙ୍କ କାର୍ଯ୍ୟ ଦେଖିଥିଲେ। ତେବେ ଆଜି ଜଣେ ମହିଳା ଏହି ଭୁଲ କାର୍ଯ୍ୟର ପ୍ରତିବାଦରେ ଏହି ବଦମାସକୁ ଧରି ପକାଇଲେ ଏବଂ ତାକୁ ବାରମ୍ବାର ଚାପୁଡ଼ା ମାରିବା ଆରମ୍ଭ କଲେ। ଯୁବକ ଜଣକ ହାତ ଯୋଡି କ୍ଷମା ପ୍ରାର୍ଥନା କରୁଥିବାର ଦେଖାଯାଇଥିଲା । କିନ୍ତୁ ମାତ୍ର ୪୮ ସେକେଣ୍ଡ ମଧ୍ୟରେ ମହିଳା ଜଣକ ମା ଚଣ୍ଡୀଙ୍କ ରୂପ ନେଇ ଯୁବକକୁ ୧୪ ଥର ଚାପୁଡ଼ା ମାରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ପରେ ପୋଲିସ ଅଭିଯୁକ୍ତକୁ ଅଟକ ରଖିଛି।
ଏହି ମାମଲାରେ, ଭିଡିଓ ଭାଇରାଲ ହେବା ପରେ, ପୋଲିସ ଯୁବକଙ୍କୁ ଅଟକ ରଖିଛି। ସହକାରୀ ପୋଲିସ କମିଶନର ଅଭିଷେକ କୁମାର କହିଛନ୍ତି ଯେ ଧରାପଡ଼ିଥିବା ଯୁବକ ଜଣକ ହେଉଛନ୍ତି ଆଦନାନ ଏବଂ ଯଦି ପୀଡିତାଙ୍କ ଦ୍ୱାରା ଲିଖିତ ଅଭିଯୋଗ କରାଯାଏ, ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/02/26/WdOPbKsp4KpIyEw2ruTG.jpg)