ରାଉରକେଲା: ଖବରକଗଜ ବିତରକ ବିବେକ ପଣ୍ଡା। ବସୟ ୭୫ରୁ ଅଧିକ। ତେବେ, ହାର ମାନିନି ବୟସ। ଭୋର ୫ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖବରକାଗଜ ପହଞ୍ଚାଇବାକୁ ଦୋକାନରୁ ଦୋକାନ, କଲୋନି ଘରକୁ ଘର ଗଡ଼ି ଚାଲେ ତାଙ୍କର ସାଇକଲ୍। ଖବରକାଗଜ ଖଣ୍ଡକୁ ୫ ପଇସାରେ ବିକ୍ରି ଆରମ୍ଭ କରିଥିଲେ। ଆଜି ୭ ଟଙ୍କାରେ ବିକ୍ରି କରୁଛନ୍ତି। ବେଉସାରୁ ଓହରି ନଯାଇ ପରିଣତ ବୟସରେ ବି ନିଜ ବୃତ୍ତି ପ୍ରତି ସେ ସମର୍ପିତ। ଖରା, ବର୍ଷା, ଶୀତ କେବେବି ସେ ଥକିଯାଇ ନାହାନ୍ତି। କେବେଳ ବିବେକ ନୁହନ୍ତି, ଫର୍ଟିଲାଇଜର କଲୋନିର ରଘୁନାଥ ରଥ, ରାଉରକେଲାର ସୁର ବିଶ୍ବାଳ, ରାଜୁ ନାୟକଙ୍କ ଭଳି ଅନେକ ବିତରକ ନିଜ ବେଉସା ଜାରି ରଖିଛନ୍ତି। ମହିଳା ବିତରକ କିଶୋରୀ ଜେନା ମଧ୍ୟ ଏହି ବୃତ୍ତିକୁ ଆଦରି ନେଇଛନ୍ତି। ଖବରକାଗଜ ବିତରଣ ସେମାନଙ୍କୁ ଦେଇଛି ରୋଜଗାରପନ୍ଥା।
ରାଉରକେଲାରେ ସହରରେ ପ୍ରାୟ ୧୪୦ରୁ ଅଧିକ ବିତରକ କାମ କରୁଛନ୍ତି। ଓଡ଼ିଆ, ହିନ୍ଦି, ଇଂରାଜୀ,ଉର୍ଦ୍ଦୁ, ବଙ୍ଗାଳି ପ୍ରଭୃତି ବିଭିନ୍ନ ଭାଷାରେ ପ୍ରକାଶ ପାଉଥିବା ଦୈନିକ, ପାକ୍ଷିକ, ସାପ୍ତାହିକ ଖବରକାଗଜ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ଦୁଇଟି କେନ୍ଦ୍ରରୁ ବିତରକ ଭାଇ ଓ ଭଉଣୀ ଖବରକାଗଜ ନେଇ ସହରର କୋଣଅନୁକୋଣରେ ବଣ୍ଟନ କରିବାକୁ ସାଇକେଲରେ ବାହାରି ପଡ଼ନ୍ତି। କଲୋନି, ବସ୍ତି, ଦୋକାନ, ଅଫିସ୍ ବୁଲନ୍ତି। କିଛି ପାଠକ ବିତରକ ବନ୍ଧୁଙ୍କ ସହିତ ଥିବା ବର୍ଷ ବର୍ଷର ସଂପର୍କ ହେତୁ ଖବରକାଗଜ ବନ୍ଦ କରିବାକୁ ଚାହାନ୍ତି ନାହିଁ। ବିତରକମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାମାଜିକ ସୁରକ୍ଷା ଯୋଗାଇ ଦେବାର ଆବଶ୍ୟକତା ରହିଛି।
ସୋମବାର ସେମାନଙ୍କ ପାଇଁ ଦିନଟିଏ। ଅର୍ଥାତ୍ ୨୬ରେ ସମଗ୍ର ବିଶ୍ବରେ ପାଳନ ହେଉଛି ଅନ୍ତର୍ଜାତୀୟ ହକର୍ସ ଡେ’। ଖବରକାଗଜ ବାଣ୍ଟିବା ଏକ ସମ୍ମାନଜକ ପେସା। ବିଶ୍ବର ଅନେକ ବିଶିଷ୍ଟ ବ୍ୟକ୍ତି ଜୀବନର ଆଦ୍ୟକାଳରେ ଖବରକାଗଜ ବିତରକଭାବେ କାମ କରିଥିଲେ। ସେମାନଙ୍କ ଭିତରେ ଅଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଡ. ଏପିଜେ ଅବଦୁଲ୍ କଲାମ, ମାର୍କ ଟ୍ବାଇନ୍ଙ୍କ ଭଳି ବିଶ୍ବବିଦିତ ଲେଖକ, ଥମାସ୍ ଏଡିସନ୍ଙ୍କ ଭଳି ଶ୍ରେଷ୍ଠ ବୈଜ୍ଞାନିକ। ଏପରିକି ଡିଗ୍ୟୁଟ୍ ଏଜେନହୋର୍ ଓ ହ୍ୟାରି ଟ୍ରୁମ୍ୟାନଙ୍କ ଭଳି ଆମେରିକୀୟ ରାଷ୍ଟ୍ରପତି। ଡିଜିଟାଲ ଯୁଗରେ ବିତରକଭାଇମାନଙ୍କ ଚାହିଦା ଉପରେ କୌଣସି ଫରକ୍ ପଡ଼ିନି। ବରଂ ଏମାନଙ୍କ ଗୁରୁତ୍ବ ବଢ଼ିଛି। କି ବର୍ଷା ଓ ଶୀତ କାକରକୁ କିଛଇକୁ ଖାତିର ନ କରି ବର୍ଷସାରା ଘରେ ଘରେ ପାଠକଙ୍କ ନିକଟରେ ଖବର କାଗଜ ପହଞ୍ଚାଉଛନ୍ତି। ରାଉରକେଲାରେ ସହରରେ ପ୍ରାୟ ୧୪୦ରୁ ଅଧିକ ବିତରକ କାମ କରୁଛନ୍ତି। ଓଡ଼ିଆ, ହିନ୍ଦି, ଇଂରାଜୀ,ଉର୍ଦ୍ଦୁ, ବଙ୍ଗାଳି ପ୍ରଭୃତି ବିଭିନ୍ନ ଭାଷାରେ ପ୍ରକାଶ ପାଉଥିବା ଦୈନିକ, ପାକ୍ଷିକ, ସାପ୍ତାହିକ ଖବରକାଗଜ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ଦୁଇଟି କେନ୍ଦ୍ରରୁ ବିତରକ ଭାଇ ଓ ଭଉଣୀ ଖବରକାଗଜ ନେଇ ସହରର କୋଣଅନୁକୋଣରେ ବଣ୍ଟନ କରିବାକୁ ସାଇକେଲରେ ବାହାରି ପଡ଼ନ୍ତି। କଲୋନି, ବସ୍ତି, ଦୋକାନ, ଅଫିସ୍ ବୁଲନ୍ତି। କିଛି ପାଠକ ବିତରକ ବନ୍ଧୁଙ୍କ ସହିତ ଥିବା ବର୍ଷ ବର୍ଷର ସଂପର୍କ ହେତୁ ଖବରକାଗଜ ବନ୍ଦ କରିବାକୁ ଚାହାନ୍ତି ନାହିଁ। ବିତରକମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାମାଜିକ ସୁରକ୍ଷା ଯୋଗାଇ ଦେବାର ଆବଶ୍ୟକତା ରହିଛି।
ରାଉରକେଲା ବିତରକ ସଂଘର ସମ୍ପାଦକ କିଶୋର ରାଉତ କହନ୍ତି, ବିତରକମାନେ ଖବରକାଗଜ ମାଲିକ ଓ ପାଠକ ମଧ୍ୟରେ ସେତୁ ଭଳି କାମ କରିଥାନ୍ତି। ବିତରକମାନଙ୍କୁ କର୍ମଚାରୀର ମାନ୍ୟତା ଦେଇ ସାମାଜିକ ସୁରକ୍ଷା ଦେବାକୁ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଧ୍ୟାନ ଦେବା ଆବଶ୍ୟକତା ରହିଛି। ଶ୍ରମିକ କର୍ମଚାରୀ ହିସାବରେ ଆମକୁ ସରକାରଙ୍କ ଅନ୍ୟ ସମସ୍ତ ସୁବିଧା ମିଳିବାକୁ ଆମେ ଆଜିର ଦିନର ସରକାରଙ୍କୁ ନିବେଦନ କରୁଛୁ। ସାଙ୍ଗଠନିକ ସମ୍ପାଦକ ମନୋଜ (କୁନା) ପଟ୍ଟନାୟକ କହିଛନ୍ତି ଉଭୟ ସରକାର ଆମ ବିତରକଭାଇ ଓ ଉଉଣୀମାନଙ୍କର ମଙ୍ଗଳ ହେବା ଭଳି କିଛି ଯୋଜନା ଘୋଷଣା କରିବା ଦରକାର, ଯାହା ଆମର ଦୁଃଖ କଷ୍ଟ ଲାଘବ କରିପାରିବ।
rourkela