ତିରୁପତି ମନ୍ଦିରର ୧୪୦୦କିଲୋ ସୁନାକୁ  ନିର୍ବାଚନ କମିସନ ଅଧିକାରୀ ଜବତ କରିଛନ୍ତି

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ଧାର୍ମିକସ୍ଥଳୀ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି)ର ସୁନାକୁ  ନିର୍ବାଚନ କମିସନଙ୍କ ଅଧିକାରୀ ତାମିଲନାଡୁରେ ଜବତ କରିଥିଲେ। ଏହି ସୁନା ଜବତ ହେବା ପରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ରବିବାର ଯାଞ୍ଚ ଆଦେଶ ଦିଆଯାଇଛି। ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବ ଏଲ ବି ସୁବ୍ରମଣ୍ୟମ ବିଶେଷ ମୁଖ୍ୟ ସଚିବ (ରାଜସ୍ୱ) ମନମୋହନ ସିଂହଙ୍କୁ ମନ୍ଦିରର ସୁନା ନିଆ ଯାଉଥିବା ସମୟରେ ହୋଇଥିବା ସୁରକ୍ଷା ତ୍ରୁଟିର ଯାଞ୍ଚ ଆଦେଶ ଦେଇଛନ୍ତି। ତାମିଲନାଡୁରେ ଏକ ଗାଡ଼ିରୁ  ଟିଟିଡିର ସୁନା ଜବତ ହୋଇଥିଲା।

The Economic Times

ଅଧିକାରୀକ ସୂତ୍ରରୁ ପ୍ରକାଶ, ମୁଖ୍ୟ ସଚିବ ବିଶେଷ ମୁଖ୍ୟ ସଚିବଙ୍କୁ ଏହି ପୂରା ଘଟଣାରେ ଟିଟିଡି ଓ ସୁରକ୍ଷା ବିଭାଗର ଅଧିକାରୀଙ୍କ ଆଚରଣର ଯାଞ୍ଚ ଆଦେଶ ଦେଇଥିଲେ। ତାମିଲନାଡୁରେ ଏପ୍ରିଲ ୧୮ରେ ହୋଇଥିବା ନିର୍ବାଚନ ପୂର୍ବରୁ ନିୟମିତ ଯାଞ୍ଚ ସମୟରେ ନିର୍ବାଚନ କମିସନ୍‌ଙ୍କ ଫ୍ଲାଇଂ ସ୍କ୍ଵାର୍ଡ ତିରୁବଲ୍ଲିରରେ ଏକ ଗାଡ଼ିକୁ ଧରିଥିଲେ, ଯେଉଁଥିରେ ୧୩୮୧କିଲୋ ସୁନା ମିଳିଥିଲା। ଏହି ଗାଡ଼ିରେ ଥିବା ଦୁଇଜଣ ଲୋକ ଦାବି କରିଥିଲେ କି ଏହି ସୁନା ଟିଟିଡିର ଏବଂ ଏହାକୁ ଚେନ୍ନାଇର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ତିରୁପତି ନିଆଯାଉଥିଲା। ବିଶେଷ ମୁଖ୍ୟ ସଚିବଙ୍କୁ ଏପ୍ରିଲ ୨୩ରେ ରିପୋର୍ଟ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର