୧୫ ଲକ୍ଷ ୩୭ ହଜାର ଲୋକ ନେଲେଣି କରୋନା ଟିକା, ୬ ମୃତ : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଶନିବାର ସଂଧ୍ୟାସୁଦ୍ଧା ସାରା ଦେଶରେ ମୋଟ  ୨୭,୭୭୬ଟି ଟିକାକରଣ ଅଧିବେଶନରେ ୧୫ ଲକ୍ଷ ୩୭ ହଜାର ୧୯୦ ଜଣ କରୋନା ଟିକା ନେଇସାରିଲେଣି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ମନୋହର ଅଗନାନି କହିଛନ୍ତି ଯେ ଦେଶରେ ଟିକା ନେଇଥିବା ୧୫ ଲକ୍ଷ ୩୭ ହଜାର ୧୯୦ ଜଣ ଲୋକଙ୍କ ମଧ୍ୟରୁ ମାତ୍ର ୧୧ ଜଣଙ୍କ ଠାରେ ଗୁରୁତର ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇଥିବାରୁ ସେମାନେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହା ମୋଟ ସଂଖ୍ୟାର ମାତ୍ର ୦.୦୦୦୭ ପ୍ରତିଶତ । ଦେଶରେ ଏପର୍ଯ୍ୟନ୍ତ ୬ ଜଣ ବ୍ୟକ୍ତି ଟିକା ନେବା ପରେ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟାରେ ଗୁରୁଗ୍ରାମର ଜଣେ ୫୬ ବର୍ଷୀୟା ମହିଳା ପ୍ରାଣ ହରାଇଛନ୍ତି ।  ତେବେ ସେମାନଙ୍କ ମୃତ୍ୟୁ ଟିକା ସହିତ ସମ୍ପର୍କିତ ନୁହେଁ ସେ କହିଛନ୍ତି ।

ଦେଶରେ ଏବେ ୧୨ଟି ରାଜ୍ୟରେ କୋଭାକ୍ସିନ ବ୍ୟବହାର କରୁଛନ୍ତି । ଆସନ୍ତା ସପ୍ତାହରୁ ଆଉ ୭ଟି ରାଜ୍ୟରେ ଏହି ଟିକା ବ୍ୟବହାର ହେବ ବୋଲି ସେ କହିଛନ୍ତି । ସେସବୁ ରାଜ୍ୟଗୁଡ଼ିକ ହେଲେ ଛତିଶଗଡ଼, ଗୁଜୁରାଟ, ଝାଡ଼ଖଣ୍ଡ, କେରଳ, ମଧ୍ୟପ୍ରଦେଶ, ପଞ୍ଜାବ ଓ ପଶ୍ଚିମବଙ୍ଗ ।

ସମ୍ବନ୍ଧିତ ଖବର