ମୁମ୍ବାଇ:ରେଳବାଇ ଫୁଟ୍‌ ଓଭରବ୍ରିଜ୍‌ରେ ଦଳଚକଟା, ୧୫ମୃତ,୨୦ରୁ ଊର୍ଧ୍ୱ ଆହତ

ନୂଆଦିଲ୍ଲୀ: ମୁମ୍ବାଇର ଏଲଫିନଷ୍ଟୋନ ରେଳବାଇ ଫୁଟ୍‌ ଓଭରବ୍ରିଜ୍‌ରେ ଦଳଚକଟାରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଧ୍ୱ ଆହତ ହୋଇଛନ୍ତି। ସକାଳ ପ୍ରାୟ ୧୦ଟା ୪୬ ମିନିଟ ସମୟରେ ଏହି ଘଟଣା ଘଟିଛି ଓ ଏଥିରେ ଘଟଣାସ୍ଥଳରେ ଅନ୍ୟୁନ ୩ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ୨୦/୨୫ ଜଣ ଆହତ ହୋଇଥିବା ମୁମ୍ବାଇ ମହାନଗର ନିଗମ ର ବିପର୍ଯ୍ୟୟ ପରିଳାନା ଅଧିକାରୀଙ୍କ ଠାରୁ ପ୍ରକାଶ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରତ୍ୟେହ ଏଲଫିନଷ୍ଟୋନ ରେଳବାଇ ଫୁଟ୍‌ ଓଭରବ୍ରିଜ୍‌ ଉପରେ ପିକ୍‌ ଆଓ୍ଵାରରେ ପ୍ରବଳ ଭିଡ଼ ହୋଇଥାଏ। ଆଜି ମଧ୍ୟ ସେହିଭଳି ଭିଡ଼ ଥିବା ବେଳେ ହଠାତ ସର୍ଟ ସର୍କିଟ ହୋଇଥିବା ନେଇ ପ୍ରଚାର ହୋଇଯାଇଥିଲା। ଅପରପକ୍ଷେ ବର୍ଷା ହେଉଥିବାରୁ ବ୍ରିଜ୍‌ ଉପରେ ଥିବା ଶହଶହ ଲୋକଙ୍କ ମଧ୍ୟରେ ଧାଁ ଧଉଡ଼ ଆରମ୍ଭ ହୋଇ ଯାଇଥିଲା। ଏହି ଦଳାଚକଟାରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ବହୁତ ଆହତ ହୋଇଥଇଲେ। ଅଗ୍ନିଶମ ସେବାକେନ୍ଦ୍ରର କର୍ମଚାରୀ, ରେଳବାଇ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ଆଉ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଲଫିନଷ୍ଟୋନ ରେଳବାଇ ଫୁଟ୍‌ ଓଭରବ୍ରିଜ୍‌ ଦଳଚକଟରରେ ମୃତ୍ୟୁ ସଂଖାର ୧୫ରେ ପହ୍ୟଚିଥିବା ବେଳେ ଆହୁରି ୨୦ରୁ ୃଧିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସମ୍ବନ୍ଧିତ ଖବର