କାଲିମେଳା: ନିମ୍ବ ଗଛରୁ ବିରାଟ କିଙ୍ଗ କୋବ୍ରା ଉଦ୍ଧାର | ଆଜି କାଲିମେଳା ବ୍ଲକ ଅନ୍ତର୍ଗତ ଲୁଗେଲ ପଂଚାୟତର ଏମପିଭି -୪୭ ଗ୍ରାମରେ ଥିବା ଏକ ନିମ୍ବ ଗଛରୁ ୧୫ ଫୁଟ ଲମ୍ବା ଏକ ବିରାଟ କିଙ୍ଗ କୋବ୍ରା ସାପ ଉଦ୍ଧାର କରାଯାଇଥିବାର ଜଣା ପଡିଛି| ସାପଟି ନିମ୍ବ ଗଛ ଉପରେ ଥାଇ ସଁ ସଁ ଗର୍ଜନ କରିବାରୁ ଆଖପାଖରେ ଥିବା ଲୋକମାନେ ଭୟଭୀତ ହୋଇ ଏମଭି ୭୯ ବନ ବିଭାଗକୁ ଖବର ଦେଇଥିଲେ |
ନିମ୍ବ ଗଛରୁ ବିରାଟ କିଙ୍ଗ କୋବ୍ରା ଉଦ୍ଧାର | ଆଜି କାଲିମେଳା ବ୍ଲକ ଅନ୍ତର୍ଗତ ଲୁଗେଲ ପଂଚାୟତର ଏମପିଭି -୪୭ ଗ୍ରାମରେ ଥିବା ଏକ ନିମ୍ବ ଗଛରୁ ୧୫ ଫୁଟ ଲମ୍ବା ଏକ ବିରାଟ କିଙ୍ଗ କୋବ୍ରା ସାପ ଉଦ୍ଧାର କରାଯାଇଥିବାର ଜଣା ପଡିଛି| ସାପଟି ନିମ୍ବ ଗଛ ଉପରେ ଥାଇ ସଁ ସଁ ଗର୍ଜନ କରିବାରୁ ଆଖପାଖରେ ଥିବା ଲୋକମାନେ ଭୟଭୀତ ହୋଇ ଏମଭି ୭୯ ବନ ବିଭାଗକୁ ଖବର ଦେଇଥିଲେ | ତୁରନ୍ତ ବନ ବିଭାଗ କର୍ମଚାରୀମାନେ ସାପ ଧରାଳି ସହାୟତାରେ ବହୁ କଷ୍ଟରେ ଗଛ ଉପରୁ ସାପଟିକୁ ଧରିବାରେ ସଫଳ ହୋଇଥିଲେ |
ତୁରନ୍ତ ବନ ବିଭାଗ କର୍ମଚାରୀମାନେ ସାପ ଧରାଳି ସହାୟତାରେ ବହୁ କଷ୍ଟରେ ଗଛ ଉପରୁ ସାପଟିକୁ ଧରିବାରେ ସଫଳ ହୋଇଥିଲେ | ଏହି ସାପଟି ନିକଟସ୍ଥ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସି ଗାଁ ଭିତରେ ଥିବା ଏହି ନିମ୍ବ ଗଛରେ ଚଢି ଯାଇଥିବାର ସୂଚନା ମିଳିଛି। ସାପଟିର ଲମ୍ବା ପ୍ରାୟ ୧୫ ଫୁଟ୍ ହୋଇଥିବା ବେଳେ ଶରୀର ସାରା କଳା ପଟା ଚି଼ହ୍ନ ରହିଥିବାର ଦେଖିବାକୁ ମିଳିଛି | ସାପଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ଜଣା ପଡିଛି | ସାପଟିକୁ ଦେଖିବାକୁ ଶହ ଶହ ଲୋକ ଏକାଠି ହୋଇଥିବାର ଦେଖା ଯାଇଥିଲା |