ଆଇପିଏଲ-୧୩: କିଙ୍ଗସ୍ ଇଲେଭେନକୁ ୧୫୮ ରନ୍ ବିଜୟ ଲକ୍ଷ୍ୟ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୧୩ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚରେ ଆଜି କିଙ୍ଗସ୍ ଇଲେଭେନ ପଂଜାବକୁ ୧୫୮ ରନ୍ ବିଜୟ ଲକ୍ଷ ଦେଇଛି । ଟସ୍ ଜିଣି କିଙ୍ଗସ୍ ଇଲେଭେନ ପଂଜାବ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲା । ଟିମ ଆରମ୍ଭରୁ ଧୀମା ଗତିରେ ଖେଳିଥିଲା । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ ହରାଇ ୧୫୭ ରନ୍ ସଂଗ୍ରହ କରିଛି । ଦିଲ୍ଲୀ ପକ୍ଷରୁ ମାର୍କସ ଷ୍ଟୋଇନିସ୍ ସର୍ବାଧିକ ୫୩ ରନ୍ ସଂଗ୍ରହ କରିଥିବା ବେଳେ ଶ୍ରେୟସ ଆୟର ବ୍ୟକ୍ତିଗତ ଭାବେ ୩୯ ରନ୍ ଓ ଋଷଭ ପନ୍ତ ଦଳପାଇଁ ୩୧ ରନ୍ ଯୋଡ଼ିଛନ୍ତି ।

ସମ୍ବନ୍ଧିତ ଖବର