ହାରାରେ : ହାରାରେ ସ୍ପୋର୍ଟସ କ୍ଲବଠାରେ ଖେଳାଯାଉଥିବା ୫ମ ଟି-୨୦ରେ ଜିମ୍ବାଓ୍ବେ ଆଗରେ ୧୬୮ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ ।

Advertisment

ଏହି ମ୍ୟାଚରେ ଜିମ୍ବାଓ୍ବେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ବଡ଼ ସ୍କୋର କରିବାକୁ ବିଫଳ ହୋଇଥିଲେ । ଯଶସ୍ବୀ ଜୟସ୍ବାଲ ୧୨ ରନ ଓ ଶୁଭମନ ଗିଲ ୧୩ ରନ କରି ଆଉଟ ହୋଇଥିଲେ । ୩ୟ ସ୍ଥାନରେ ଆସିଥିବା ଅଭିଷେକ ଶର୍ମା ବି ୧୪ ରନ କରି ଆଉଟ ହୋଇଥିଲେ । ତେବେ ସଂଜୁ ସାମସନ ଲଢୁଆ ବ୍ୟାଟିଂ କରି ୫୮ ରନ କରିଥିଲେ । ରିୟାନ ପରାଗ୍ ୨୨ ରନ ଓ ଶିଭମ ଦୁବେ ୨୬ ରନ କରିଥିଲେ । ରିଙ୍କୁ ସିଂ ୧୧ ରନ କରିଥିଲେ ।  ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୬୭ ରନ କରିଥିଲା ।

ଜିମ୍ବାଓ୍ବେ ପକ୍ଷରୁ ବ୍ଲେସିଂ ମୁଜାରାବାନି ୨ଟି ଓ୍ବିକେଟ ନେଇଥିବାବେଳେ ସିକନ୍ଦର ରାଜା, ବ୍ରାଣ୍ଡନ ମାଭୁଟା ଓ ରିଚାର୍ଡ ଗାରାଭା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।