ପୁରୀ ଜିଲ୍ଲା ଗୋପ ଅଞ୍ଚଳରୁ ୧୬ଲକ୍ଷ ୭୦ହଜାର ଟଙ୍କା ଜବତ: ସରପଞ୍ଚଙ୍କ କାରରୁ ଟଙ୍କା ଜବତ କଲା ଫ୍ଲାଇଂ ସ୍କ୍ୱାର୍ଡ

କୋଣାର୍କ : ସାରା ଓଡିଶାରେ ନିର୍ବାଚନୀ ମାହୋଲ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଯାଇଛି । ତେବେ ଆହୁରି ତିନିଟି ପର୍ଯ୍ୟାୟ ନିର୍ବାଚନ ବାକି ଅଛି । ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ଗାଡ଼ି ଯାଂଚ କରାଯାଉଛି । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନକରିବା ପାଇଁ ନିର୍ବାଚନ କମିସନଙ୍କ  ଫ୍ଲାଇଂ ସ୍ୱାର୍ଡ଼ ଗାଡ଼ି ଯାଂଚ କରୁଛନ୍ତି । ଏହି ସମୟରେ ପୁରୀର କାକଟପୁର ଅଂଚଳରୁ ଜବତ ହୋଇଛି ୧୬ଲକ୍ଷ ୭୦ହଜାର ଟଙ୍କା ।

ନିର୍ବାଚନ ଫ୍ଲାଇଂ ସ୍ୱାର୍ଡ଼ ଦ୍ୱାରା ଗାଡ଼ି ଯାଂଚ ବେଳେ ବିଳମ୍ବିତ ରାତ୍ରିରେ ନିମାପଡ଼ା-କାକଟପୁର ରାସ୍ତାର ଗୋପ  ଅନ୍ତର୍ଗତ ନୂଆହାଟ ପାଣିଛତ୍ର ନିକଟରେ ରାସ୍ତାକଡରେ ଛିଡା ହୋଇଥିବା କାରରୁ ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ୱାର୍ଡ । ଜଣେ ସରପଞ୍ଚଙ୍କ କାରରୁ ସ୍ୱତନ୍ତ୍ର ଫ୍ଲାଇଂ ସ୍ୱାର୍ଡ଼ ଏହି ଟଙ୍କା ଜବତ କରିଥିବା ସୂଚନା ମିଳିଛି । ଟଙ୍କା ମିଳିବା ପରେ ଫ୍ଲାଇଂ ସ୍କ୍ୱାର୍ଡର ଏହାର ମାଲିକାନା ନେଇ ଅନୁସନ୍ଧାନ କରୁଛି ।

ସମ୍ବନ୍ଧିତ ଖବର