ପୁଣେ: ରବିବାର ଦିନ ପୁଣେର କଲ୍ୟାଣନଗରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜଣେ ୧୭ ବର୍ଷୀୟ ନାବାଳକ ଏପ ସୋର୍ସେ କାର୍ ଚଳାଉଥିବା ବେଳେ ଏକ ମୋଟର୍ ସାଇକେଲ୍ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କର ଜୀବନ ଯାଇଛି।
ପୁଲିସ କହିଛି ଯେ ଅନିଶ ଆୱଡିଆ ଏବଂ ଅଶ୍ୱିନୀ କୋଷ୍ଟା ଏକ କ୍ଲବରେ ପାର୍ଟି କରିବା ପରେ ମୋଟରସାଇକେଲରେ ସାଙ୍ଗମାନଙ୍କ ସହିତ ଘରକୁ ଫେରୁଥିଲେ। ପୋର୍ସେ ଟାଏକାନ୍ ଚଳାଉଥିବା ୧୭ ବର୍ଷ ବେଦାନ୍ତ ଅଗ୍ରୱାଲ ଦ୍ରୁତ ଗତିରେ ଯାଇ କଲ୍ୟାଣନଗର ଜଙ୍କସନ ଠାରେ ଏକ ବାଇକ୍ ଉପରେ ଚଢ଼ାଇ ଦେଇଥିଲେ।
ଦୁର୍ଘଟଣାରେ ଦୁଇଟି ଯାକ ଗାଡ଼ିର ଆରୋହୀ ଉପରକୁ ଉଠି ଯାଇ ଅନ୍ୟ ଏକ କାର୍ ଉପରେ ପଡ଼ିଥିଲେ। ସେମାନଙ୍କ ସହ ଧକ୍କା ହେବା ପରେ କାରଟି ଗଡ଼ି ଗଡ଼ି ଯାଇ ଗୋଟାଏ ସ୍ଥାନରେ ଅଟକି ଯାଇଥିଲା। ସ୍ଥାନୀୟ ଲୋକ ଡ୍ରାଇଭରକୁ ଧରି ପୁଲିସକୁ ହସ୍ତାନ୍ତର କରିବା ପୂର୍ବରୁ ମାଡ ମାରିଥିଲେ।
ତାଙ୍କ ବିରୋଧରେ ୟେରୱାଡା ପୁଲିସ ଷ୍ଟେସନରେ ୨୭୯ (ଖରାପ ଡ୍ରାଇଭିଂ), ୩୦୪ ଏ (ଅବହେଳା ଦ୍ବାରା ମୃତ୍ୟୁ), ୩୩୭ (ମାନବ ଜୀବନ ପ୍ରତି ବିପଦ) ଏବଂ ୩୩୮ (ଗୁରୁତର ଆହତ) ଏବଂ ମୋଟର ଯାନ ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/Untitled-101.jpg)