ରାଉରକେଲା: ରଘୁନାଥପାଲି ଥାନା ପୁଲିସ ଦୁଇ ମୋବାଇଲ୍ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଜୋରି ହୋଇଥିବା ୪୯ଟି ମୋବାଇଲ୍ ଜବତ କରିଥିବା ଜଣାଯାଇଛି। ଏହାଛଡ଼ା ଏକ ବାଇକ୍ ବି ଜବ କରିଛି ପୁଲିସ। ଦୁଇ ଅଭିଯୁକ୍ତ ହେଲେ ଲାଠିକଟା ଥାନା ନୂଆଗାଁର ଶେଖ୍ ଆଫତାବ୍ ଆଲାମ୍ ଓ ଅବଦୁଲ୍ ଖାନ୍।

Advertisment

ପାନପୋଷ ଥାନା ଅଞ୍ଚଳର ଆୟୁଷୀ ପୋଦ୍ଦାର ଗତ ସେପ୍ଟେମ୍ବର ୧୯ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ କୋଚିଂ ସେଣ୍ଟରକୁ ଯାଉଥିବା ବେଳେ ପଛ ପଟରୁ ତାଙ୍କ ନିକଟକୁ ଆସିଥିଲେ ଓ ତାଙ୍କ ଠାରୁ ମୋବାଇଲ୍ ଝାମ୍ପି ନେଇଥିଲେ। ଏହାପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଧରିଥିଲା।