ଖଲ୍ଲିକୋଟ: ମାଛ ମୁଣ୍ଡ ପାଇଁ ଗଡ଼ିଥିଲା ମୁଣ୍ଡ। ମାଛ ମୁଣ୍ଡ ନ ମିଳିବାରୁ ରୋଷେୟାକୁ କରିଥଲେ ହତ୍ୟା। ପୁରୁଷୋତ୍ତମପୁର ପୁଲିସ କଲା ହତ୍ୟାର ଖୁଲାସା। ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଧୀନ ପାଣ୍ଡିଆ ଛକ ନିକଟ ଲଟାବୁଦାରୁ ଗତ ୨୭ ତାରିଖ ଦିନ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଥାନା ସମରଗଞ୍ଜ ବେଶଦାସପୁର ଗ୍ରାମର ଲୋକମାନ ଶେଖଙ୍କ କ୍ଷତାକ୍ତ ଶବ ଠାବ ହୋଇଥିଲା।
ମାଛ ମୁଣ୍ଡ ପାଇଁ ଗଡ଼ିଥିଲା ମୁଣ୍ଡ। ମାଛ ମୁଣ୍ଡ ନ ମିଳିବାରୁ ରୋଷେୟାକୁ କରିଥଲେ ହତ୍ୟା। ପୁରୁଷୋତ୍ତମପୁର ପୁଲିସ କଲା ହତ୍ୟାର ଖୁଲାସା। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଧୀନ ପାଣ୍ଡିଆ ଛକ ନିକଟ ଲଟାବୁଦାରୁ ଗତ ୨୭ ତାରିଖ ଦିନ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଥାନା ସମରଗଞ୍ଜ ବେଶଦାସପୁର ଗ୍ରାମର ଲୋକମାନ ଶେଖଙ୍କ କ୍ଷତାକ୍ତ ଶବ ଠାବ ହୋଇଥିଲା।
ପାରିପାର୍ଶ୍ବକ ସ୍ଥିତିର ଅନୁଧ୍ୟାନ ପରେ ପୁରୁଷୋତ୍ତମପୁର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଏହା ହତ୍ୟା ବୋଲି ସ୍ପଷ୍ଟ ହୋଇଥିଲା। ଏହି ଘଟଣାରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।