ଭୁବନେଶ୍ବର: ଗତକାଲି ରାତିରେ ସହିଦନଗରରେ ହୋଇଥିବା ବୋମାମାଡ଼ ଘଟଣାରେ ପୁଲିସ ୨ଜଣଙ୍କୁ ଅଟକ ରଖିଥିବା ଜଣାଯାଇଛି। ଉଭୟଙ୍କୁ ପୁଲିସ ପଚରାଉଚରା କରୁଛି। ତେଣେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ତନାଘନା ଚଳାଇଛି।

Advertisment

ଗତକାଲି ରାତି ୧୧ଟାରେ ସହିଦନଗରରେ ୨୫ରୁ ଅଧିକ ଯୁବକ ବାଇକ୍ରେ ଆସି ତିନି ତିନିଟି ବୋମାମାଡ଼ କରି ଫେରାର ହୋଇଯାଇଥିଲେ। ଏହି ବୋମାମାଡ଼ ଘଟଣାରେ ପୁଲିସ ୨ଜଣଙ୍କୁ ଅଟକ ରଖିଥିବା ଜଣାଯାଇଛି। ଉଭୟଙ୍କୁ ପୁଲିସ ପଚରାଉଚରା କରୁଛି। ତେଣେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ତନାଘନା ଚଳାଇଛି।

ସୂଚନାଯୋଗ୍ୟ, ଗତକାଲି ରାତି ୧୧ଟାରେ ସହିଦନଗରରେ ୨୫ରୁ ଅଧିକ ଯୁବକ ବାଇକ୍ରେ ଆସି ତିନି ତିନିଟି ବୋମାମାଡ଼ କରି ଫେରାର ହୋଇଯାଇଥିଲେ। ସେମାନେ ୱିନର୍ କ୍ଲବ୍ ସମ୍ମୁଖରେ ଥିବା ବାଇକ୍ ଓ କାର୍ ଭଙ୍ଗାରୁଜା କରିବା ସହ ବିଭିନ୍ନ ଧମକପୂର୍ଣ୍ଣ ବାର୍ତ୍ତା ଦେଇ ଚାଲିଯାଇଥିଲେ। ଏହି ଘଟଣା ପରେ ସହିଦନଗରରେ କୋକୁଆଭୟ ଖେଳିଯାଇଥିଲା। ପୁଲିସ ଘଟଣାସ୍ଥଳକୁ ଆସି ପଚରାଉଚରା କରିବା ସହ ସିସିଟିଭି ଫୁଟେଜ୍ରୁ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଥିଲେ। ଦୁର୍ବୃତ୍ତମାନେ ବାଇକ୍ ରାଲିରେ ଆସି ଏଭଳି କାଣ୍ଡ ଭିଆଇଥିବାରୁ ସେମାନଙ୍କୁ ଚିହ୍ନଟ କରିବା ସହଜ ହେବ ବୋଲି କୁହାଯାଉଛି।
ଏକ ବଚସାକୁ ନେଇ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। ୱିନର୍ କ୍ଲବ୍ ପୁଲିସକୁ କରିଥିବା ଅଭିଯୋଗ ଅନୁସାରେ ଗୁରୁବାର ଦିନ ବାଣ ଫୁଟାଇବାକୁ ନେଇ ସାମାନ୍ୟ ବଚସା ହୋଇଥିଲା। ୱିନର୍ କ୍ଲବ୍ର ସଦସ୍ୟମାନେ ବାଣ ଫୁଟାଉଥିବା ବେଳେ ଅପରପକ୍ଷର କିଛି ଯୁବକ ଗଣ୍ଡଗୋଳ କରିଥିଲେ। ଏମିତିକି ହାତାହାତି ଯାଏ କଥା ଯାଇଥିଲା। କିନ୍ତୁ ପରେ ଗଣ୍ଡଗୋଳ ଥମି ଯାଇଥିଲା ଏବଂ ଏହାକୁ କେହି ଗୁରୁତ୍ବ ଦେଇନଥିଲେ। ଗତକାଲି ୱିନର୍ କ୍ଲବ୍ରେ ଏକ ଜନ୍ମଦିନ ଉତ୍ସବ ପାଳନ କରାଯାଉଥିଲା। ଏଥିସହିତ ବାଣଫୁଟା ବି ଚାଲିଥିଲା। ଏହି ସମୟରେ ୨୫ରୁ ୩୦ଜଣ ଯୁବକ ହୋ-ହଲ୍ଲା କରି ବାଇକ୍ରେ ଆସିଥିଲେ। ସେମାନେ କ୍ଲବ୍ ଉପରକୁ ୩ଟି ବୋମା ଫୋପାଡ଼ିଥିଲେ। ଏଥିସହିତ ସେମାନେ ଢେଲା ପଥର ମଧ୍ୟ ମାଡ଼ କରିଥିଲେ। ଭୟରେ କ୍ଲବ୍ର ସଦସ୍ୟମାନେ ବାହାରକୁ ବାହାରି ନଥିଲେ। ଦୁର୍ବୃତ୍ତମାନେ କ୍ଲବ୍ ସମ୍ମୁଖରେ ଥିବା ବାଇକ୍ ଓ କାର୍ ସବକୁ ଠେଙ୍ଗା ଓ ଲାଠିରେ ବାଡ଼େଇ ଭାଙ୍ଗିପକାଇଥିଲେ। ଏହାପରେ ସେମାନେ ପୁଣି ବିଭିନ୍ନ ପ୍ରକାର ଧମକ ଦେଇ ଚାଲିଯାଇଥିଲେ। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେମାନେ ଫେରାର ହୋଇସାରିଥିଲେ।