ବାଲିକୁଦା: ଜଗତସିଂହପୁରଜିଲ୍ଲା ଓ ବାଲିକୁଦା ଥାନା ଅଞ୍ଚଳରେ ୨ ମହିଳା କମ ସୁଧ ହାରରେ ଋଣ କରାଇ ଦେବା ନାମରେ ମିଥ୍ୟା ପ୍ରତିଶୃତି ଦେଇ ଅନେକ ସାଧାରଣ ଜନତାଙ୍କ ଠାରୁ ପ୍ରାୟ ୪୦ ଲକ୍ଷ ଟଙ୍କା ହଡପ କରି ନେଇଥିବା ନେଇ ବାଲିକୁଦା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ବାଲିକୁଦା ପୋଲିସ ୪୨୪/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ଏହି ଘଟଣାରେ ବାଲିକୁଦା ମହିଳା ପୋଲିସ ଏସ ଆଇ ଏସ କାନ୍ଦନକେଲ ଘଟଣାରେ ସମ୍ପୃକ୍ତ ଥିବା ୨ ମହିଳା ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳର ରିତା ଦାସ ଓ ବାଲିକୁଦା ଥାନା ଅଞ୍ଚଳ ବୋରିକିନା ଗ୍ରାମର ପ୍ରମିଳା ବାରିକକୁ ଗିରଫ କରିଥିଲେ। ଏନେଇ ଜଗତସିଂହପୁର ଏସ ଡିପିଓ ଆଜିଂକ୍ୟ ମାଣେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସମ୍ପର୍କରେ ସୂଚନା ଦେବା ସହ ଉକ୍ତ ୨ ଠକଙ୍କ ଠାରୁ ୨ଟି ମୋବାଇଲ ଜବତ ହୋଇଥିବା ବେଳେ ସେମାନେ ୩୯ ଲକ୍ଷ ୪୭ ହଜାର ଟଙ୍କାର ଠକେଇ କରିଥିବା ସୂଚନା ଦେଇଥିଲେ। ଏପରିକି ୨୦୨୪ ମସିହାରେ ପ୍ରମିଳା ବାରିକଙ୍କ ନାମରେ ଜଗତସିଂହପୁର ଥାନାରେ ୭୯୩/୨୪ ରେ ଏକ ଠକେଇ ମାମଲା ରୁଜୁ ହୋଇଥିବା ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/09/17/17256e25-c4e6-4cf4-b716-1f1136940c13-2025-09-17-22-06-40.jpg)