ବୌଦ୍ଧ: କନ୍‌ଷ୍ଟ୍ରକସନ ସାଇଟରେ ନାବାଳିକାଙ୍କୁ ଦୁଷ୍କର୍ମ, ୨ ଗିରଫ

ବୌଦ୍ଧ: ବୌଦ୍ଧ ସହରର ବାପୁଜୀନଜର ଅଞ୍ଚଳରେ ନିର୍ମାଣାଧୀନ ଏକ ଘର ପାଖରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି। ନାବାଳିକାଙ୍କ ଅଭିଯୋଗକ୍ରମେ ପୁଲିସ ଦୁଷ୍କର୍ମ ଅଭିଯୁକ୍ତ ପିଣ୍ଟୁ ବଢ଼ିଆ(୨୫ ବର୍ଷ) ଓ ତାଙ୍କ ସହଯୋଗୀ ଟୁକୁ କୁମ୍ଭାର(୨୪ ବର୍ଷ)ଙ୍କୁ ଗିରଫ କରିଛି। ନାବାଳିକା ଙ୍କମୁ ଡାକ୍ତରୀମାଇନା ପାଇଁ ଡାକ୍ତରଖାନାକୁ ପଠାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସହରର ବାପୁଜୀନଗରରେ ଚାଲିଥିବାଏକ ଗୃହ ନିର୍ମାଣ କାର୍ଯ୍ୟରେ ଜଣେ ନାବାଳିକା ଶ୍ରମିକଭାବେ କାର୍ଯ୍ୟ କରନ୍ତି। ସେଠାରେ ବାପୁଜୀନଗର ଅଞ୍ଚଳର ଟୁକୁ କୁମ୍ଭାର ଓ ବାହାର ଅଞ୍ଚଳର ପିଣ୍ଣୁ ବଢ଼ିଆ ମଧ୍ୟ ନିର୍ମାଣ ଶ୍ରମିକଭାବେ କାର୍ଯ୍ୟ କରନ୍ତି। ଗତକାଲି ପିିଣ୍ଟୁ ଓ ଟୁକୁ ସମ୍ପୃକ୍ତ ନାବାଳିକାଙ୍କ ପାଟିରେ କପଡ଼ା ବାନ୍ଧି କେଟିନେବା ସହିତ ପିଣ୍ଟୁ ତାଙ୍କୁ ଦୁଷ୍କର୍ମ କରିଥିଲା। ପରେ ସେମାନେ ସେଠାରୁ ପଳାଇ ଯିବା ପରେ ନାବାଳିକାଜଣକ ବହୁକଷ୍ଟରେ ସେ ସ୍ଥାନରୁ ବାହାରିଥିଲେ। ପରେ ଅନ୍ୟ ଶ୍ରମିକମାନେ ତାଙ୍କୁ ଉଦ୍ଧାର କରିଥିଲେ। ଖବରପାଇ ନାବାଳିକାଙ୍କ ବାପା ସେଠାର ପହଞ୍ଚି ତାଙ୍କୁ ଧରି ଥାନାକୁ ଯାଇଥିଲେ। ଥାନାରେ ଅଭିଯୋଗ ହେବା ମାତ୍ରେ ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର