ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଲଖନା ଥାନା ଦଲଦଳି କପା ମିଲ ସମ୍ମୁଖରେ ଏକ ବାଇକକୁ ଟ୍ରକ ଧକ୍କା ଦେଇଥିଲା । ଏଥିରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Advertisment

ନୂଆପଡ଼ା ପଟୁ ଜାତୀୟ ରାଜପଥ ୩୫୩ରେ ଏକ ବାଇକ(ଓଡ଼ି ୨୬ ବି ୫୮୧୭)ରେ ଦୁଇ ଜଣ ଯୁବକ କୋମନା ପଟେ ଯାଉଥିଲେ । ଲଖନା ଥାନା ଦଲଦଳି ନିକଟରେ ବାଇକକୁ ଅଜଣା ଗାଡ଼ି(ଭାରିଯାନ) ଧକ୍କା ଦେଇଥିଲା । ଏଥିରେ ଦୁଇ ବାଇକ ଆରୋହି ଛିଟିକି ପଡିଥିଲେ । ତେବେ ଦୁଇ ବାଇକ ଆରୋହୀଙ୍କ ମୁଣ୍ଡରେ କୌଣସି ଏକ ଭରିଯାନର ଚକ ଚଢ଼ି ଯାଇଥିବା ସ୍ଥାନୀୟ ଲୋକେ  ଅନୁମାନ କରିଛନ୍ତି । ତେବେ ଘଟଣା ସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଯୁବକ ଲଖନା ଡିଆଁମୁଣ୍ଡା ଗାଁର ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ଶୁକ୍ରବାର ରାତି ପ୍ରାୟ ୧୦ ଟାରେ ନୂଆପଡ଼ା ପଟୁ ଜାତୀୟ ରାଜପଥ ୩୫୩ରେ ଏକ ବାଇକ(ଓଡ଼ି ୨୬ ବି ୫୮୧୭)ରେ ଦୁଇ ଜଣ ଯୁବକ କୋମନା ପଟେ ଯାଉଥିଲେ । ଲଖନା ଥାନା ଦଲଦଳି ନିକଟରେ ବାଇକକୁ ଅଜଣା ଗାଡ଼ି(ଭାରିଯାନ) ଧକ୍କା ଦେଇଥିଲା । ଏଥିରେ ଦୁଇ ବାଇକ ଆରୋହି ଛିଟିକି ପଡିଥିଲେ । ତେବେ ଦୁଇ ବାଇକ ଆରୋହୀଙ୍କ ମୁଣ୍ଡରେ କୌଣସି ଏକ ଭରିଯାନର ଚକ ଚଢ଼ି ଯାଇଥିବା ସ୍ଥାନୀୟ ଲୋକେ  ଅନୁମାନ କରିଛନ୍ତି । ତେବେ ଘଟଣା ସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଯୁବକ ଲଖନା ଡିଆଁମୁଣ୍ଡା ଗାଁର ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଲଖନା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କ ମୃତଦେହ ଓ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ତଦନ୍ତ ଚାଲିଛି ।