କଣ୍ଟାବାଞ୍ଜି: ବଲାଙ୍ଗୀରଜିଲ୍ଲା ତୁରେକେଲା ଥାନା ଲର୍କୀ ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଭାଇଙ୍କ ଜୀବନ ଚାଲିଯାଇଛି। ମୃତକ ଦୁଇ ଭାଇ ହେଲେ ବେଲପଡା ଥାନା ଭାଲୁଖାଇ ଗାଁର ରାଜକୁମାର ରାଏ ଓ ଦିଲେସ ରାଏ ବୋଲି ଜଣାପଡିଛି।
ଏକ ଅଜଣା ପିକଅପ ଗାଡି ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା | ଘଟଣାସ୍ଥଳରେ ରାଜକୁମାରଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରତର ଅବସ୍ଥାରେ ଦିଲେସକୁ ତୁରେକେଲା ଡାକ୍ତରଖାନାକୁ ନେଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଦୁଇ ଭାଇଙ୍କର ମୃତ୍ୟୁ ପରେ ପରିବାରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି | ତେବେ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉଭୟ ଭାଇଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ପୁଲିସ ମୃତଦେହ ହସ୍ତାନ୍ତର କରିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/09/01/new-project-8-2025-09-01-15-17-42.jpg)