ମୈଦଲପୁର,: ନବରଙ୍ଗପୁରଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା ୨୬ନଂ ଜାତୀୟ ରାଜପଥ ଝିଟୁକୁଗୁଡା ବୁଲାଣି ନିକଟରେ ଆଜି ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଉଭୟ କାର ମଧ୍ୟରେ ଥିବା ଲୋକ ଗୁରୁତର ଥିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପାପଡାହାଣ୍ଡି ମେଡିକାଲକୁ ପଠାଇଥିଲେ ଓ ପରବର୍ତ୍ତୀ ସମୟରେ ଅଧିକ ଗୁରୁତର ହେବାରୁ ନବରଙ୍ଗପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି ।
ସୂଚନା ପ୍ରକାରେ ମନୋରଞ୍ଜନ ବିଶ୍ୱାଳ ସେମିଳିଗୁଡା ଠାରୁ କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ କଳାହାଣ୍ଡି ପଟୁ ଆସୁଥିବା କାରରେ ତିନି ଜଣ ନବରଙ୍ଗପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ୪ ଜଣ ଗୁରୁତର ହେବାରୁ ସ୍ଥାନୀୟ ଲୋକ ପାପଡାହାଣ୍ଡି ମେଡିକାଲ ପଠାଇଥିଲେ। ପାପଡାହାଣ୍ଡି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଗୁରୁତରଙ୍କୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଦୁଇ କାରକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଥାଉକି ଏହି ଜାଗାରେ ଆଗରୁ ଅନେକ ଥର ଦୁର୍ଘଟଣା ଘଟିଛି। ପ୍ରଶାସନ ଏହି ସ୍ଥାନରେ ସୂଚନା ଫଳକର ବ୍ୟବସ୍ଥା କରିବାକୁ ଦାବି ହୋଇଛି।
ମନୋରଞ୍ଜନ ବିଶ୍ୱାଳ ସେମିଳିଗୁଡା ଠାରୁ କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ କଳାହାଣ୍ଡି ପଟୁ ଆସୁଥିବା କାରରେ ତିନି ଜଣ ନବରଙ୍ଗପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ୪ ଜଣ ଗୁରୁତର ହେବାରୁ ସ୍ଥାନୀୟ ଲୋକ ପାପଡାହାଣ୍ଡି ମେଡିକାଲ ପଠାଇଥିଲେ। ପାପଡାହାଣ୍ଡି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଗୁରୁତରଙ୍କୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଦୁଇ କାରକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଥାଉକି ଏହି ଜାଗାରେ ଆଗରୁ ଅନେକ ଥର ଦୁର୍ଘଟଣା ଘଟିଛି। ପ୍ରଶାସନ ଏହି ସ୍ଥାନରେ ସୂଚନା ଫଳକର ବ୍ୟବସ୍ଥା କରିବାକୁ ଦାବି ହୋଇଛି।
ଅନ୍ୟପଟେ ଧନସୁଲି ଗାଁନିକଟରେ ରାସ୍ତାରେ ଏକ ପିକଅପ ମଧ୍ୟ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଛି !