ଚାରି ବର୍ଷ ତଳେ ବାପା ଚାଲି ଯାଇଥିଲେ ଆଉ ଏବେ ମାଆ! ଅନାଥ ହୋଇଗଲେ ୨ ପିଲା

 

ବାଲେଶ୍ୱର: ସାପ କାମୁଡାରେ ଚାଲିଗଲା ମାଆର ଜୀବନ, ଆଉ ଅନାଥ ହୋଇଗଲେ ଦୁଇଛୁଆ । ବାଲେଶ୍ୱର ଜିଲ୍ଲା ଦୁର୍ଗାପୁର ଗାଁରେ ବାତ୍ୟା ୟାସ ପ୍ରଭାବରେ ଆସିଥିବା ବନ୍ୟାପାଣି ଘେରି ରହିଛି । ଫଳରେ ଏକ ବିଷଧର ସାପ ଗାଁର ରାଧା ସିଂଙ୍କ ଘରେ ପଶିଯାଇଥିଲା ।

ଆଜି ସକାଳୁ ମହିଳା ଜଣଙ୍କ କୁକୁଡା ମରି ପଡିବା ସହ ଅଣ୍ଡାଗୁଡିକ ଏଣେତେଣେ ପଡିଥିବା ଦେଖିଥିଲେ । ଅଣ୍ଡାଗୁଡିକୁ ଗୋଟାଇ କୁକୁଡା ପାଖରେ ରଖିବାକୁ ଗଲାବେଳେ ବିଷଧର ସାପଟି ତାଙ୍କୁ ଚୋଟ ମାରିଥିଲା । ତାଙ୍କୁ ସଙ୍ଗେସଙ୍ଗେ ସୋର ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ହୋଇଯାଇଥିଲା । ପରିତାପର ବିଷୟ ହେଉଛି ୪ ବର୍ଷ ତଳେ ରାଧାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ଅତି ଦୁଃଖକଷ୍ଟରେ ସେ ଦୁଇ ପିଲାଙ୍କୁ ମଣିଷ କରୁଥିବାବେଳେ ଶେଷରେ ସାପ କାମୁଡାରେ ରାଧାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଆଉ ବାପା,ମାଆଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି ତାଙ୍କର ଦୁଇ କୁନିପିଲା ।

ସମ୍ବନ୍ଧିତ ଖବର