କାଲିମେଳା/ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କମାରଗୁଡା ଗ୍ରାମରେ ବଜ୍ରପାତରେ ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ୨ଜଣ ହେଲେ କମାରଗୁଡା ଗ୍ରାମର ଦେବା କାରାମଙ୍କ ୧୨ ବର୍ଷର ପୁଅ ବାସୁ କାରାମ ଓ ନାକା ଚିନାୟାଙ୍କ ୧୧ବର୍ଷର ପୁଅ ନାକା ରାହୁଲ। ଆଜି ଅପରାହ୍ନ ୫ଟା ସମୟରେ କିଛି ପିଲା କମାରଗୁଡ଼ା ଗ୍ରାମ ନିକଟରେ ଥିବା ପଡ଼ିଆରେ ଖେଳୁଥିବା ବେଳେ ହଠାତ୍ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ବଜ୍ରପାତରେ ଦୁଇଜଣ ପିଲା ବେହୋସ ହୋଇଯାଇଥିଲେ। ତୁରନ୍ତ ସେମାନଙ୍କୁ ପଡ଼ିଆ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ସେତେବେଳକୁ ନାବାଳକ ଛାତ୍ର ଦୁଇଜଣଙ୍କର ମୃତ୍ୟୁ ହୋଇସାରିଥିଲା। ଦୁଇଜଣ ମୃତ ଛାତ୍ର ହେଲେ କମାରଗୁଡ଼ା ଗ୍ରାମର ଦେବା କାରାମଙ୍କ ୧୨ ବର୍ଷର ପୁଅ ବାସୁ କାରାମ ଓ ନାକା ଚିନାୟାଙ୍କ ୧୧ବର୍ଷର ପୁଅ ନାକା ରାହୁଲ। ଉଭୟଙ୍କ ଘର କମାରଗୁଡ଼ା ଗ୍ରାମରେ ହୋଇଥିଲା ବେଳେ ଜଣେ କଲାଗୋଣ୍ଡା ଆଶ୍ରମ ବିଦ୍ୟାଳୟରେ ଏବଂ ଆଉ ଜଣେ କମାରଗୁଡ଼ା ବିଦ୍ୟାଳୟରେ ପାଠ ପଢ଼ୁଥିବା ଜଣାପଡ଼ିଛି। ଦଶହରା ପାଇଁ ବିଦ୍ୟାଳୟ ଛୁଟି ଥିବାରୁ ସେମାନେ ଘରକୁ ଆସିଥିଲେ। ଆସନ୍ତାକାଲି କାଲିମେଳାରେ ସେମାନଙ୍କ ଶବ ବ୍ୟବଛେଦ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ବଜ୍ରାଘାତରେ ୨ ନାବାଳକ ମୃତ
/sambad/media/post_attachments/wp-content/uploads/2017/10/ded.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)