ଗୁରୁଣ୍ଡିଆ/ଲହୁଣିପଡ଼ା: ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ପଙ୍କଡିହି ଗ୍ରାମର ଜଣେ ମହିଳା ଓ ଚାନ୍ଦିପୋଷ ଥାନା ଦର୍ଜିଂ ପଞ୍ଚାୟତ ଲୁଧୁନି ଗ୍ରାମରେ ଜଣେ ନାବାଳିକାଙ୍କ ସାପକାମୁଡ଼ାରେ ମୃତ୍ୟୁ ହୋଇଯାଇଛି। ମୃତ ମହିଳା ହେଉଛନ୍ତି ଚୁମାନି ଓରାମ(୩୫)। ବୁଧବାର ରାତିରେ ସପରିବାର ଭୂଇଁରେ ଶୋଇଥିବାବେଳେ ଏକ ସାପ ଚୁମାନିଙ୍କୁ କାମୁଡ଼ି ଦେଇଥିଲା। ନିଦ ଭାଙ୍ଗିବା ପରେ ସାପ କାମୁଡ଼ିଥିବା ଜାଣି ପରିବାରଲୋକଙ୍କୁ କହିଥିଲେ। ମାତ୍ର ରାତିରେ ଡାକ୍ତରଖାନା ନେବା ସମ୍ଭବ ନଥିଲା। ତେବେ ରାତି ପ୍ରାୟ ୨ଟାରେ ଚୁମାନିଙ୍କର ମୃତ୍ୟୁ ହୋଇଯାଇଥିଲା। ଗୁରୁଣ୍ଡିଆ ପୁଲିସ ଶବ ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ପୁଲିସ ତଦନ୍ତ କରୁଛି।
ବୁଧବାର ରାତିରେ ସପରିବାର ଭୂଇଁରେ ଶୋଇଥିବାବେଳେ ଏକ ସାପ ଚୁମାନିଙ୍କୁ କାମୁଡ଼ି ଦେଇଥିଲା। ନିଦ ଭାଙ୍ଗିବା ପରେ ସାପ କାମୁଡ଼ିଥିବା ଜାଣି ପରିବାରଲୋକଙ୍କୁ କହିଥିଲେ। ମାତ୍ର ରାତିରେ ଡାକ୍ତରଖାନା ନେବା ସମ୍ଭବ ନଥିଲା। ତେବେ ରାତି ପ୍ରାୟ ୨ଟାରେ ଚୁମାନିଙ୍କର ମୃତ୍ୟୁ ହୋଇଯାଇଥିଲା।ସେହିପରି ଚାନ୍ଦିପୋଷ ଥାନା ଅନ୍ତର୍ଗତ ଦର୍ଜିଂ ପଞ୍ଚାୟତର ଲୁଧୁନି ଗ୍ରାମରେ ଧର୍ମପଦ ଧୀବରଙ୍କ ନାବାଳିକା ଝିଅ ବର୍ଷା(୧୫)ଙ୍କର ସାପକାମୁଡ଼ାରେ ମୃତ୍ୟୁ ହୋଇଛି। ରାତିରେ ବର୍ଷାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସେହିପରି ଚାନ୍ଦିପୋଷ ଥାନା ଅନ୍ତର୍ଗତ ଦର୍ଜିଂ ପଞ୍ଚାୟତର ଲୁଧୁନି ଗ୍ରାମରେ ଧର୍ମପଦ ଧୀବରଙ୍କ ନାବାଳିକା ଝିଅ ବର୍ଷା(୧୫)ଙ୍କର ସାପକାମୁଡ଼ାରେ ମୃତ୍ୟୁ ହୋଇଛି। ରାତିରେ ବର୍ଷାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ସକାଳେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାରକରି ବଣାଇଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାରଲୋକେ ଚାନ୍ଦିପୋଷ ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଛି।