ନୂଆପଡା: ନୂଆପଡାରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଥିଲା ​​| ନିଜ କୁକୁଡ଼ା ଫାର୍ମ ନିର୍ମାଣବେଳେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଶିଶୁ ଆହତ ହୋଇଛନ୍ତି। କୁହାଯାଉଛି ଯେ ଲଖନା ଥାନା ଅନ୍ତର୍ଗତ ପଟକରପାଳି ଗ୍ରାମର ଦିବାକର ଶବର ସବସିଡି ଋଣରୁ କରି କୁକୁଡ଼ା ଫାର୍ମ ନିର୍ମାଣ କରୁଥିଲେ |
ତେବେ କୁକୁଡ଼ା ଫାର୍ମକୁ ଦେଖିବା ପାଇଁ ଦିବାକରଙ୍କ ସ୍ତ୍ରୀ ବାଲମିତି ଶବର ଓ ଖୁଡି ରୂପେ ଶବର ଓ ଶିଶୁ ରିଧି ଶବର ସମେତ ତିନି ଜଣ ସେଠାକୁ ଯାଇଥିଲେ | ହେଲେ ନିର୍ମାଣଧୀନ କାନ୍ଥ ହଠାତ ପଡିଯିବାରୁ ବାଲମିତି ଶବର ଓ ରୂପେ ଶବର କାନ୍ଥ ତଳେ ଚାପି ହେବାରୁ ମୃତ୍ୟ ଘଟିଥିଲା ଓ ଶିଶୁ ଗୁରୁତର ହୋଇ ଅଳ୍ପକେ ବର୍ତ୍ତିଯାଇଛନ୍ତି |
ଆଜି ଦିନ ୧୧ଟା ସମୟରେ ଏହି ଘଟଣା ଘଟିଥିଲା। ଏନେଇ ସୂଚନା ପାଇବା ପରେ ଲଖନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ଆହତ ଶିଶୁଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)