ବୀରମିତ୍ରପୁର: ବୀରମିତ୍ରପୁର ଥାନା ଅନ୍ତର୍ଗତ ମଙ୍ଗଲାଲ ଦଫେଇରେ ଏକ ଘରେ ଚାଲିଥିବା ଜୁଆ ଆଡା ଉପରେ ପୁଲିସ ଚଢ଼ଉ କରିଥିଲା। ଚଢଉବେଳେ ୨ ଜୁଆଡିଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ପୁଲିସ ନଗଦ ୫ ହଜାର ୮ଶହ ଟଙ୍କା ଓ ଜୁଆରେ ବ୍ୟବହୃତ ଦୁଇମୁଠା ତାସ ଜବତ କରିଛି। ପୁଲିସର ଚଢ଼ଉ ବେଳେ ଅନ୍ୟ ୩ ଜଣ ଜୁଆଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ମଙ୍ଗଲାଲ ଦଫେଇରେ ଏକ ଘରେ ଜୁଆଖେଳ ଚାଲିଥିବା କୌଣସି ସୂତ୍ରରୁ ଖବର ପାଇ ବୀରମିତ୍ରପୁର ଥାନା ଅଧିକାରୀ ରାମ ପ୍ରସାଦ ନାଗଙ୍କ ନିର୍ଦେଶକ୍ରମେ ଏସଆଇ ବିଜୟ ଦେହୁରୀ ଗତକାଲି ରାତି ପ୍ରାୟ ସାଢେ ୯ଟା ସମୟରେ ପୁଲିସ ସଦଳ ସେଠାରେ ଚଢ଼ଉ କରିଥିଲେ। ପୁଲିସର ଚଢ଼ଉବେଳେ ମଙ୍ଗଲାଲ ଦଫେଇର ସଞ୍ଜିବ ତନ୍ତୀ ଏବଂ ହଳଦିଆ ଦଫେଇର ଶିବ ମାସାନ୍ତଙ୍କୁ ପୁଲିସ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତ ମାନେ ପୁଲିସକୁ ଚକମାଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବୀରମିତ୍ରପୁର ଥାନାରେ କେସ ନଂ ୧୪୯/୨୫ରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

/sambad/media/agency_attachments/2024-07-24t043029592z-sambad-original.webp)