ବିଶ୍ରା: ନକ୍ସଲବିରୋଧୀ ଅଭିଯାନରେ ଝାଡ଼ଖଣ୍ଡ ରାଜ୍ୟର ଚାଇଁବସା ପୁଲିସକୁ ବଡ଼ ସଫଳତା ମିଳିଛି। ଛତିଶଗଡ଼ର କୁଖ୍ୟାତ ନକ୍ସଲ ଓ ସିପିଆଇ ମାଓବାଦୀ ସଂଗଠନର ସବ୍ଜୋନାଲ କମିଟି ସଦସ୍ୟ ସନ୍ଦୀପ ଓରଫ୍ ହିଡିମା ପାଡ଼ାୟମ ଓ ସରାଇକେଲା ଜିଲ୍ଲାର ଏରିଆ କମିଟି ସଦସ୍ୟ ଶିବ ବୋଦ୍ରାଙ୍କୁ ଚାଇଁବସା ପୁଲିସ ଗିରଫ କରିଛି।
ଅଗଷ୍ଟ ୩୦ରେ ଦିନ ପୁଲିସ ସୂଚନା ପାଇଥିଲା ଯେ ସିପିଆଇ ମାଓବାଦୀ ସଂଗଠନର ଅନେକ ଶୀର୍ଷନେତା ସେମାନଙ୍କ ସ୍କ୍ୱାଡ୍ ସହିତ ଜରାଇକେଲା ଥାନା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଏକ ବଡ଼ ମାଓ ଘଟଣା ଘଟାଇବା ପାଇଁ ଯୋଜନା କରୁଛନ୍ତି। ନକ୍ସଲମାନେ ଲ୍ୟାଣ୍ଡମାଇନ ଲଗାଇ ସୁରକ୍ଷାବାହିନୀ ଉପରେ ଆକ୍ରମଣ କରିବା ତଥା ନୂଆ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରସ୍ତୁତି କରୁଥିଲେ। ସୂଚନା ମିଳିବା ପରେ ନକ୍ସଲ ଅଭିଯାନର ଅତିରିକ୍ତ ଏସ୍ପି ପରସ ରାଣାଙ୍କ ନେତୃତ୍ୱରେ ଚାଇଁବସା ପୁଲିସ ଓ କୋବ୍ରା ୨୦୯ ବାଟାଲିୟନର ଏକ ମିଳିତଦଳ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇଥିଲା। ଅଭିଯାନ ସମୟରେ ରବିବାର ସରଣ୍ଡା ଘଞ୍ଚଜଙ୍ଗଲର ପାହାଡ଼ିଆ ଅଞ୍ଚଳରୁ ଉଭୟ କୁଖ୍ୟାତ ନକ୍ସଲକୁ ଗିରଫ କରାଯାଇଛି।
ଚାଇଁବସା ଏସ୍ପି ରାକେଶ ରଞ୍ଜନ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅଗଷ୍ଟ ୩୦ରେ ଦିନ ପୁଲିସ ସୂଚନା ପାଇଥିଲା ଯେ ସିପିଆଇ ମାଓବାଦୀ ସଂଗଠନର ଅନେକ ଶୀର୍ଷନେତା ସେମାନଙ୍କ ସ୍କ୍ୱାଡ୍ ସହିତ ଜରାଇକେଲା ଥାନା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଏକ ବଡ଼ ମାଓ ଘଟଣା ଘଟାଇବା ପାଇଁ ଯୋଜନା କରୁଛନ୍ତି। ନକ୍ସଲମାନେ ଲ୍ୟାଣ୍ଡମାଇନ ଲଗାଇ ସୁରକ୍ଷାବାହିନୀ ଉପରେ ଆକ୍ରମଣ କରିବା ତଥା ନୂଆ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରସ୍ତୁତି କରୁଥିଲେ। ସୂଚନା ମିଳିବା ପରେ ନକ୍ସଲ ଅଭିଯାନର ଅତିରିକ୍ତ ଏସ୍ପି ପରସ ରାଣାଙ୍କ ନେତୃତ୍ୱରେ ଚାଇଁବସା ପୁଲିସ ଓ କୋବ୍ରା ୨୦୯ ବାଟାଲିୟନର ଏକ ମିଳିତଦଳ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇଥିଲା। ଅଭିଯାନ ସମୟରେ ରବିବାର ସରଣ୍ଡା ଘଞ୍ଚଜଙ୍ଗଲର ପାହାଡ଼ିଆ ଅଞ୍ଚଳରୁ ଉଭୟ କୁଖ୍ୟାତ ନକ୍ସଲକୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର, କାଟ୍ରିଜ୍, ପତ୍ରିକା, ୱାକିଟକି, ଡେଟୋନେଟର ଓ ଆଇଇଡି ତିଆରି ସାମଗ୍ରୀ ଜବତ କରାଯାଇଛି। ହିଡ଼ିମାଙ୍କ ବିରୋଧରେ ମୋଟ ୩୫ଟି ଓ ଶିବ ବିରୋଧରେ ୯ଟି ମାମଲା ରୁଜୁହୋଇଛି। ଗିରଫ ନକ୍ସଲମାନେ ପଚରାଉଚରା ସମୟରେ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେମାନେ କହିଛନ୍ତି ଯେ, ସିପିଆଇ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ଅନଲ ଓରଫ ରମେଶ ଦା ମାଓ ସଙ୍ଗଠନରେ ଥିବା ମହିଳା ସ୍କ୍ୱାଡ୍ ସଦସ୍ୟଙ୍କୁ ଯୌନଶୋଷଣ କରନ୍ତି ଏବଂ ଅନେକ ମହିଳା ନକ୍ସଲଙ୍କୁ ଗର୍ଭପାତ କରିବାକୁ ମଧ୍ୟ ବାଧ୍ୟ କରାଯାଇଛି। ସୂଚନାଯୋଗ୍ୟ ଯେ, ନକ୍ସଲ ସଂଗଠନର ଶୀର୍ଷନେତା ମିସିର ବେସରା, ଅନମୋଲ, ମୋଛୁ, ଅନଲ, ଅସୀମ ମଣ୍ଡଳ, ଅଜୟ ମାହାତୋ, ସାଗେନ ଅଙ୍ଗାରିଆ ଓ ଅଶ୍ୱିନ ଏବେ ବି କୋହ୍ଲନ ଏବଂ ସରଣ୍ଡା ଅଞ୍ଚଳରେ ସକ୍ରିୟ ଅଛନ୍ତି। ସୁରକ୍ଷାବାହିନୀ ନିରନ୍ତର ଅଭିଯାନ ଚଳାଇ ନକ୍ସଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।