ବିଧାନସଭାକୁ ୨ ଜଣ ପ୍ରଭାବଶାଳୀ ମନ୍ତ୍ରୀ ପୁନଃନିର୍ବାଚିତ

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଥିବା ୨ ଜଣ ପ୍ରମୁଖ ମନ୍ତ୍ରୀ ପୁଣି ଥରେ ନିର୍ବାଚିତ ହୋଇଛନ୍ତି। ସେ ୨ ଜଣ ହେଲେ ଇସ୍ପାତ ଓ ଖଣି ମନ୍ତ୍ରୀ ଥିବା ପ୍ରଫୁଲ୍ଳ ମଲ୍ଳିକ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ବିଜୁ ଜନତା ଦଳର ହେବିେଓ୍ଵଟ୍‌ ନେତା ଶ୍ରୀ ଆରୁଖ ଷଷ୍ଠ ଥର ପାଇଁ ଭଞ୍ଜନଗର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। କ୍ରମାଗତ ୫ ଥର ଲାଗି ବିଜୟୀ ହୋଇଥିବା ଶ୍ରୀ ଆରୁଖ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ। ସେ ଗ୍ରାମ ଉନ୍ନୟନ ଆଇନ ଓ ସଂସଦୀୟ ବ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଥିଲେ।

୧୯୯୫ ମସିହାରେ ଶ୍ରୀ ଆରୁଖ ପ୍ରଥମେ ଜନତା ଦଳ ଟିକେଟ୍‌ରେ ଲଢ଼ି ବିଧାନସଭାକୁ ପ୍ରବେଶ କରିଥିଲେ। ତା’ପରଠାରୁ ଲଗାତର ୪ ଥର ସେ ଜିତି ଆସିଛନ୍ତି। ଗଞ୍ଜାମ ଜିଲ୍ଲାର ରାଜନୀତିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ଏଣେ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳିର ଭଞ୍ଜନଗର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହୋଇଥିବାରୁ ଏଥି ସଂପର୍କିତ ରାଜନୈତିକ ନିଷ୍ପତ୍ତିରେ ମଧ୍ୟ ତାଙ୍କର ଅଂଶଗ୍ରହଣ ରହିଛି।

ସେହିପରି ଶ୍ରୀ ମଳ୍ଲିକ ୪ର୍ଥ ଥର ପାଇଁ କାମାକ୍ଷାନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ୨୦୦୪ ମସିହାରୁ ଏହି ଆସନରୁ ଲଗାତର ୩ ଥର ଜିତିଥିବା ଶ୍ରୀ ମଲ୍ଲିକ ଏଥର ପୁଣି ବିଜୟୀ ହୋଇଛନ୍ତି।

ସମ୍ବନ୍ଧିତ ଖବର