ମୋହନା: ଗଜପତିଜିଲ୍ଲା ମୋହନା ଥାନା ଶିକୁଳିପଦର ନିକଟରେ ୨ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ l ଏହି ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ଶିକୁଳିପଦର ଗାଁର ବୁଡୁ ରଇତ(୪୭) ବୋଲି ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି l
ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନିର୍ଦେଶକ୍ରମେ ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ଓ ଟିମ ଶିକୁଳିପଦର ଗ୍ରାମ ନିକଟସ୍ଥ ରାସ୍ତାରେ ପେଟ୍ରାଲିଂ କରୁଥିଲେ l ଏହି ସମୟରେ ରାସ୍ତାକଡରେ ଗାଡ଼ିକୁ ଅପେକ୍ଷା କରିଥିବା ଜଣେ ବ୍ୟକ୍ତିକୁ ଅଟକାଇ ଯାଞ୍ଚ କରିଥିଲେ l ତାଙ୍କ ନିକଟରୁ ୭ଟି ବସ୍ତାରୁ ୨ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ l ଜବତ ଗଞ୍ଜେଇର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ l
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନିର୍ଦେଶକ୍ରମେ ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ଓ ଟିମ ଶିକୁଳିପଦର ଗ୍ରାମ ନିକଟସ୍ଥ ରାସ୍ତାରେ ପେଟ୍ରାଲିଂ କରୁଥିଲେ l ଏହି ସମୟରେ ରାସ୍ତାକଡରେ ଗାଡ଼ିକୁ ଅପେକ୍ଷା କରିଥିବା ଜଣେ ବ୍ୟକ୍ତିକୁ ଅଟକାଇ ଯାଞ୍ଚ କରିଥିଲେ l ତାଙ୍କ ନିକଟରୁ ୭ଟି ବସ୍ତାରୁ ୨ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ l ଜବତ ଗଞ୍ଜେଇର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ l ମୋହନା ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି l