ନୀଳଗିରି: ନୀଳଗିରିରେ ଥମୁନି ଚୋରି। ଚୋରମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଦୁଇଦିନରେ ଗୋଟିଏ ଗାଁରୁ ଦୁଇ ଦୁଇଟି ଚୋରି ହୋଇଛି।
ନୀଳଗିରି ଥାନା ପୋଡାଶୁଳ ଓ ସିଆଡିମାଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବା ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ଦୁଇଟି ସେଣ୍ଟରରେ ବ୍ୟାପକ ସିରିଜ ଲୁଟ ହୋଇଛି। ଏଠାରେ ତାଲା ଭାଙ୍ଗି ଦୁର୍ବୃତ୍ତମାନେ କମ୍ପ୍ୟୁଟର, ପ୍ରିଣ୍ଟର, ଇନଭର୍ଟର, ବ୍ୟାଟେରୀ, ଫ୍ୟାନ , ଓଜନ ମେସିନ, ସହିତ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି।
ଗତକାଲି ପୋଡାଶୁଳ ଗ୍ରାମର ସଞ୍ଜୀବ ବେହେରାଙ୍କ ଘରେ ଗଡ଼ରେଜ ତାଲା ଭାଙ୍ଗି ୪୦ ହଜାର ଟଙ୍କା ସହ ୮ ଭରି ସୁନା ସୁନା ଗହଣା ଲୁଟ୍ ହୋଇଥିବା ବେଳେ ଆଜି ସରକାରୀ ଦପ୍ତରକୁ କଳାକନା ବୁଲାଇଛନ୍ତି ଲୁଟେରା। କାଳୀ ପୂଜା ପାଇଁ ଯାତ୍ରା ଚାଲିଥିବା ବେଳେ ଏହାର ଫାଇଦା ଉଠାଇ କଳାକନା ବୁଲାଉଛନ୍ତି ଲୁଟେରାମାନେ।