ତେଲକୋଇ: ଗତକାଲି ରାତିରେ କେନ୍ଦୁଝରଜିଲ୍ଲା ତେଲକୋଇ ଥାନା ଭୀମକାଣ୍ଡ ପଞ୍ଚାୟତ ଡିମିରିମୁଣ୍ଡା ଗ୍ରାମର ସୁରେଶ ପଧାନଙ୍କ ଘର ଝରକା ଭାଙ୍ଗି ଗ୍ରାମର ଦୁଇ ଜଣ ଯୁବକ ବାବୁଲି ପଧାନ ଓ ଅଖି ପଧାନ ୮ ବସ୍ତା ଧାନ ଚୋରି କରିଥିଲେ। ପରିବାର ଲୋକେ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୧୧ଟା ବେଳେ ଏହି ଯୁବକ ଦୁଇଜଣ ଧାନ ଚୋରି କରିଥିଲେ।
ଶବ୍ଦ ହେବାରୁ ହାତୀ ଗାଁକୁ ପଶି ଆସିଥିବା ପଡ଼ୋଶୀ ଘର ଜଣେ ବ୍ୟକ୍ତି ଟର୍ଚ୍ଚ ମାରି ଦେଖିବାରୁ ଉଭୟ ଯୁବକଙ୍କୁ କାବୁ କରି ରାତିରେ ଗାଁ ମଣ୍ଡପରେ ସାତ ବେଣ୍ଟିଆ କରି ରଖିଥିଲେ। ଆଜି ସକାଳୁ ମୁହଁରେ କାଳି ଚୁନ ଓ ବେକରେ ଜୋତାମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇଛନ୍ତି।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/12/09/vgsrAOUTBRyqk7N6gBfm.jpg)