ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମହାରାଷ୍ଟ୍ର ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧ଟା ୧୫ରେ ସେ ପୋହରାଦେବୀସ୍ଥିତ ଜଗଦମ୍ବା ମାତା ମନ୍ଦିରରେ ଦର୍ଶନ କରିବେ। ୱାଶିମରେ ସନ୍ଥ ସେବାଲାଲ ମହାରାଜ ଓ ସନ୍ଥ ରାମରାଓ ମହାରାଜଙ୍କ ସମାଧିସ୍ଥଳରେ ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହାପରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ପ୍ରଧାନମନ୍ତ୍ରୀ ବଞ୍ଜାରା ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ପାଳନ କରି ବଞ୍ଜାରା ବିରାସତ୍ ସଂଗ୍ରହାଳୟକୁ ଉଦଘାଟନ କରିବେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ ସେ କୃଷି ଓ ପଶୁପାଳନ କ୍ଷେତ୍ର ସହ ଜଡ଼ିତ ପ୍ରାୟ ୨୩,୩୦୦ କୋଟି ଟଙ୍କାର ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।
ଅପରାହ୍ନ ପ୍ରାୟ ୪ଟାରେ ପ୍ରଧାନମନ୍ତ୍ରୀ ଥାନେ ଠାରେ ୩୨,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହାପରେ ସନ୍ଧ୍ୟା ପ୍ରାୟ ୬ଟା ରେ ବିକେସି ମେଟ୍ରୋ ଷ୍ଟେସନରୁ ମୁମ୍ବାଇର ଆରେ ଜେଭିଏଲଆର ପର୍ଯ୍ୟନ୍ତ ଚାଲିବାକୁ ଥିବା ମେଟ୍ରୋ ଟ୍ରେନକୁ ସେ ପତାକା ଦେଖାଇ ଶୁଭାରମ୍ଭ କରିବେ । ସେ ବିକେସି ଏବଂ ସାନ୍ତାକ୍ରୁଜ୍ ଷ୍ଟେସନ ମଧ୍ୟରେ ମେଟ୍ରୋରେ ଯାତ୍ରା କରିବେ। କୃଷକମାନଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ପ୍ରାୟ ୯.୪ କୋଟି କୃଷକଙ୍କୁ ପାଖାପାଖି ୨୦,୦୦୦ କୋଟି ଟଙ୍କାର ପିଏମ-କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ କରିବେ ।
୧୮ତମ କିସ୍ତି ଜାରି ହେବା ପରେ ପିଏମ-କିଷାନ ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରଦାନ କରାଯାଇଥିବା ମୋଟ ପାଣ୍ଠି ପ୍ରାୟ ୩.୪୫ ଲକ୍ଷ କୋଟି ଟଙ୍କା ହେବ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ପ୍ରାୟ ୨,୦୦୦ କୋଟି ଟଙ୍କା ପ୍ରଦାନ କରୁଥିବା ନମୋ ସେତକାରୀ ମହାସମ୍ମାନ ନିଧି ଯୋଜନାର ପଞ୍ଚମ କିସ୍ତିର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ୧୯୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ୍) ଅଧୀନରେ ୭,୫୦୦ରୁ ଅଧିକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ।
କଷ୍ଟମ୍ ହାୟରିଂ ସେଣ୍ଟର, ପ୍ରାଥମିକ ପ୍ରକ୍ରିୟାକରଣ ୟୁନିଟ୍, ଭଣ୍ଡାରଣ ଗୃହ, ସର୍ଟିଂ ଓ ଗ୍ରେଡିଂ ୟୁନିଟ୍, ଶୀତଳ ଭଣ୍ଡାର ପ୍ରକଳ୍ପ, ଅମଳ ପରବର୍ତ୍ତୀ ପରିଚାଳନା ପ୍ରକଳ୍ପ ଆଦି ପ୍ରମୁଖ ପ୍ରକଳ୍ପ ରହିଛି। ପ୍ରାୟ ୧୩୦୦ କୋଟି ଟଙ୍କାର ମିଳିତ କାରବାର କରୁଥିବା ୯,୨୦୦ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/post_attachments/wp-content/uploads/2023/04/Irrigation-for-Tribal-Farmers-in-Sundargarh_1.jpg)