ରାଉରକେଲା: ରାଉରକେଲା ପୁଲିସର ଡ୍ରଗ୍ସ୍ ଏବଂ ବେଆଇନ୍ ଫାୟାର ଆର୍ମସ୍ ବିରୁଦ୍ଧରେ ଅଭିଯାନ ଜାରି ରହିଛି। ରବିବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ୩ ନମ୍ବର ସେକ୍ଟର ଥାନା ପୁଲିସକୁ ଏକ ଅଗ୍ନେୟାସ୍ତ୍ର କାରବାର ସମ୍ପର୍କରେ ସୂଚନା ମିଳିଥିଲା। ଦୁବୃର୍ତ୍ତମାନଙ୍କୁ ଧରିବାକୁ ପୁଲିସ ଜାଲ ବିଛାଇଥିଲା। ୪ ନମ୍ବର ସେକ୍ଟର ହନୁମାନ ମନ୍ଦିର ପାଖରେ ଦୁଇ ଜଣ ଦୁବୃର୍ତ୍ତ ଏକ ୱାଗନର୍ କାରରେ ଆସିଲା ବେଳେ ପୋଲିସ ସେମାନଙ୍କୁ ଅଟକାଇ କାରର ତଲାସୀ ନେଇଥିଲା। କାର ଭିତରୁ ଏକ ଲୋଡେଡ୍ ପିସ୍ତଲ୍ , ଗୁଳି ଆଦି ଜବତ କରିଥିଲେ ୩ ନମ୍ବର ସେକ୍ଟର ଥାନା ପୁଲିସ।

Advertisment

ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରା ଯାଇଛି। ସେମାନେ ହେଲେ ୬ ନମ୍ବର ସେକ୍ଟର ଅଞ୍ଚଳର ଭିକି ଚୌଧୁରୀ ଏବଂ ୧୫ ନମ୍ବର ସେକ୍ଟର ଥାନା ଅଞ୍ଚଳର ସୁମିତ୍ ରଞ୍ଜନ ରାଉତ। ଏହି ପିସ୍ତଲ୍ ଭିକି ତାର ସମ୍ପର୍କୀୟଙ୍କ ଠାରୁ ବିକ୍ରି କରିବା ଉଦ୍ଦେଶ୍ୟରେ ଆଣି ଥିବା ତଦନ୍ତରୁ ଜଣା ପଡିଛି। ପୁଲିସ୍  ପିସ୍ତଲ୍, ଗୁଳି , ମାଗଜିନ୍, ଏକ କାର , ମୋବାଇଲ୍ ଫୋନ୍ ଆଦି ଜବତ କରି ଅଧିକ ତଦନ୍ତ ଚଳାଇଛି।