ବିଶ୍ରା: ସରଣ୍ଡାର ଗୁଦଡ଼ିଠାରେ ଗୋରୁ ଚୋରି ଅଭିଯୋଗରେ ଓଡ଼ିଶାର ଦୁଇ ଜଣ ଯୁବକଙ୍କୁ ହତ୍ୟା ମାମଲାରେ ୬ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସକୁ ଏ ପର୍ଯ୍ୟନ୍ତ କୌଣସି ସଫଳତା ମିଳିନାହିଁ। ଜଙ୍ଗଲର ବିଭିନ୍ନ ପ୍ରାନ୍ତରେ ପୁଲିସ କ୍ରମାଗତ ଅନୁସନ୍ଧାନ ଚଳାଇଥିଲେ ମଧ୍ୟ ଘଟଣା ସମ୍ପର୍କିତ କୌଣସି ସୁରାକ ମିଳୁନାହିଁ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପୁଲିସ ଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ମଧ୍ୟ ପହଞ୍ଚି ପାରିନାହିଁ। 

Advertisment

ଏ ସବୁ ମଧ୍ୟରେ ଶୁକ୍ରବାର ଉଭୟ ଯୁବକଙ୍କ ପରିବାର ଲୋକେ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ସମସ୍ୟା ସମ୍ପର୍କରେ କହିଛନ୍ତି। ସେମାନେ କହିଛନ୍ତି ଯେ ଘଟଣାର ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଘଟଣା ପ୍ରତି ଧ୍ୟାନ ଦେଉନାହିଁ। ସେମାନେ ଅଭିଯୋଗ କହିଛନ୍ତି ଯେ ଝାଡ଼ଖଣ୍ଡ ପୁଲିସ ସେମାନଙ୍କୁ ସହଯୋଗ କରୁନାହିଁ। ପରିବାର ଲୋକେ ଝାଡ଼ଖଣ୍ଡ ସରକାରଙ୍କୁ ନିବେଦନ କରିଛନ୍ତି ଯେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସହଯୋଗ କରାଯାଉ। ଉଭୟ ନିଖୋଜ ଯୁବକଙ୍କ ଭାଇମାନେ ଭାବପ୍ରବଣ ହୋଇ କହିଛନ୍ତି ଯେ ତାଙ୍କର ପରିବାର ସଦସ୍ୟଙ୍କ ପାଞ୍ଚଦିନ ଧରି କୌଣସି ଖବର ନ ମିଳିବା ଯୋଗୁ ସେମାନେ ଚିନ୍ତିତ ଅଛନ୍ତି।

 ଉଲ୍ଲେଖନୀୟ ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ଵାରା ଘଟଣା ସମ୍ପର୍କିତ ରିପୋର୍ଟ ମଗାଯିବା ପରେ ମଧ୍ୟ ଘଟଣା ପ୍ରତି ଝାଡ଼ଖଣ୍ଡ ପୁଲିସର ଅବହେଳା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।