କୋରାପୁଟ: କୋରାପୁଟରୁ ଝାରଖଣ୍ଡକୁ ହେଉଥିଲା ଗଞ୍ଜେଇ ଚାଲାଣ। କୋରାପୁଟ ରେଳ ଷ୍ଟେସନରେ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ଜିଆରପି ପୁଲିସ। ଚୋରାଚାଲାଣ ହେଉଥିବା ୨୦ କିଲୋ ଗଞ୍ଜେଇ ଜବତ୍ କରାଯାଇଛି। ଝାରଖଣ୍ଡର ଗିରିଡ ଜିଲ୍ଲା ଅର୍ନ୍ତଗତ କମଳାଗଂଜ ଥାନା ଅର୍ନ୍ତଗତ ଚାରଘର ଗାଁର ମଲ୍ଲୀକ ଦୁବେଙ୍କ ୨୫ବର୍ଷର ପୁଅ ବିଶାଳ ଦୁବେ ଓ ତାଙ୍କ ଭାଇ ୨୦ବର୍ଷର ଭାରତ କୁମାର ଦୁବେଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଜିଆରପି  ଇନିସପେକ୍ଟର ସନ୍ତୋଷୀ ମହନ୍ତ। କୋରାପୁଟ ଜିଲ୍ଲାରୁ ବିଶାଖାପାଟଣା ଦେଇ ଝାରଖଣ୍ଡକୁ ଚାଳାଣ ହେଉଥିଲା ଗଞ୍ଜେଇ। 

Advertisment

ଗତକାଲି ୨ଟା ବେଳେ  କୋରାପୁଟ ଷ୍ଟେସନରେ କିରଣ୍ଡଲ- ବିଶାଖାପାଟଣା  ଟ୍ରେନରେ ଚଢ଼ିବା ସମୟରେ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ  ଏହି ଯୁବକ ଦ୍ବୟଙ୍କୁ ଅଟକାଇଥିଲା ଜିଆରପି ଓ ଆରଫିଏଫ୍ । ଏମାନଙ୍କ ହାତରେ ଥିଲା ବ୍ୟାଗ। ବ୍ୟାଗ ଖୋଲିବାରୁ ଏଥିରେ ଗଂଜେଇ ପ୍ୟାକେଟ ଥିବା ଦେଖିବାକୁ ମିଳିଥିଲା। ଯୁବକ ଦ୍ବୟ ଝାରଖଣ୍ଡର ବୋଲି  ଜିଆରପି ପୁଲିସ କହିଛି।  ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ୟାଗର ଜବତ ଗଞ୍ଜେଇ ଓଜନ କରାଯାଇଥିଲା। ଅଭିଯୁକ୍ତଙ୍କ ବ୍ୟାଗରୁ ୨୦କିଲୋ ମିଳିଥିବା କହିଛନ୍ତି ଜିଆରପି ଇନିସପେକ୍ଟର। କୋରାପୁଟ ଜିଆରପି ଥାନାରେ ଏନେଇ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯିବ କହିଛନ୍ତି ଜିଆରପି ଥାନା ଅଧିକାରୀ ସନ୍ତୋଷୀ ମହନ୍ତ।

ଗତକାଲି ୨ଟା ବେଳେ  କୋରାପୁଟ ଷ୍ଟେସନରେ କିରଣ୍ଡଲ- ବିଶାଖାପାଟଣା  ଟ୍ରେନରେ ଚଢ଼ିବା ସମୟରେ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ  ଏହି ଯୁବକ ଦ୍ବୟଙ୍କୁ ଅଟକାଇଥିଲା ଜିଆରପି ଓ ଆରଫିଏଫ୍ । ଏମାନଙ୍କ ହାତରେ ଥିଲା ବ୍ୟାଗ। ବ୍ୟାଗ ଖୋଲିବାରୁ ଏଥିରେ ଗଂଜେଇ ପ୍ୟାକେଟ ଥିବା ଦେଖିବାକୁ ମିଳିଥିଲା। ଯୁବକ ଦ୍ବୟ ଝାରଖଣ୍ଡର ବୋଲି  ଜିଆରପି ପୁଲିସ କହିଛି।  ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ୟାଗର ଜବତ ଗଞ୍ଜେଇ ଓଜନ କରାଯାଇଥିଲା। ଅଭିଯୁକ୍ତଙ୍କ ବ୍ୟାଗରୁ ୨୦କିଲୋ ମିଳିଥିବା କହିଛନ୍ତି ଜିଆରପି ଇନିସପେକ୍ଟର। କୋରାପୁଟ ଜିଆରପି ଥାନାରେ ଏନେଇ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯିବ କହିଛନ୍ତି ଜିଆରପି ଥାନା ଅଧିକାରୀ ସନ୍ତୋଷୀ ମହନ୍ତ। ଗତ ୩୧ତାରିଖ ଦିନ ଦୁଇଟି ମାମଲାରେ ୩୦କିଲୋ ଗଂଜେଇ ସହ ଜଣେ ନାବାଳିକା , ଜଣେ ଯୁବତୀ ଓ ଜଣେ ଯୁବକଙ୍କୁ ଗିରଫ କରିଥିଲା ରେଳବାଇ ପୁଲିସ। 

crime