ଝାରସୁଗୁଡା/ ବ୍ରଜରାଜନଗର: ଆଜି ସକାଳୁ ବ୍ରଜରାଜନଗର ଆରପିଏଫ କୁର୍ଲ୍ଲା - ହାୱାଡା ଟ୍ରେନରୁ ୨୦ଟି ବିଦେଶୀ ବିରାଡ଼ି (ପାର୍ସିଆନ କ୍ୟାଟ) ଜବତ କରିଛି। ଏହି ଘଟଣାରେ ଆରପିଏଫ ମୁମ୍ବାଇର ଅମିନ ସୟଦ ଓ ତାର ପରିବାରକୁ ଅଟକ ରଖି ପଚରାଉଚରା କରୁଛି। ଜବତ ବିରାଡ଼ି ମଧ୍ୟରେ ୩ଟି ବଡ଼ ଓ ୧୭ଟି ଛୋଟ ବିରାଡ଼ି ରହିଛନ୍ତି। ଅମିନ ଉକ୍ତ ବିରାଡ଼ିଗୁଡିକୁ ମୁମ୍ବାଇରୁ ହାୱଡ଼ାକୁ ଡେଲିଭରି ଦେବାକୁ ଯିବା ବେଳେ ଆରପିଏଫ ହାତରେ ଧରାପଡ଼ିଥିଲା।

Advertisment

ବ୍ରଜରାଜନଗର ଆରପିଏଫ କୁର୍ଲ୍ଲା - ହାୱାଡା ଟ୍ରେନରୁ ୨୦ଟି ବିଦେଶୀ ବିରାଡ଼ି (ପାର୍ସିଆନ କ୍ୟାଟ) ଜବତ କରିଛି। ଏହି ଘଟଣାରେ ଆରପିଏଫ ମୁମ୍ବାଇର ଅମିନ ସୟଦ ଓ ତାର ପରିବାରକୁ ଅଟକ ରଖି ପଚରାଉଚରା କରୁଛି। ଜବତ ବିରାଡ଼ି ମଧ୍ୟରେ ୩ଟି ବଡ଼ ଓ ୧୭ଟି ଛୋଟ ବିରାଡ଼ି ରହିଛନ୍ତି। ଅମିନ ଉକ୍ତ ବିରାଡ଼ିଗୁଡିକୁ ମୁମ୍ବାଇରୁ ହାୱଡ଼ାକୁ ଡେଲିଭରି ଦେବାକୁ ଯିବା ବେଳେ ଆରପିଏଫ ହାତରେ ଧରାପଡ଼ିଥିଲା।

ଆରପିଏଫ ପକ୍ଷରୁ ଏନେଇ ବନ ବିଭାଗକୁ ସୂଚିତ କରାଯାଇଥିଲେ ହେଁ, ଏହା ପୋଷା ପ୍ରାଣୀ ହୋଇଥିବାରୁ ବନ ବିଭାଗ ସେଗୁଡ଼ିକୁ ଜବତ କରିବାକୁ ମନା କରିଦେଇଥିଲା। ତେବେ କୌଣସି ଏନଜିଓ ଇଚ୍ଛୁକ ହେଲେ ସେମାନଙ୍କୁ ଉକ୍ତ ବିରାଡ଼ି ହସ୍ତାନ୍ତର କରିଦିଆଯିବ ବୋଲି ଆରପିଏଫ ପକ୍ଷରୁ କୁହାଯାଇଛି।

ମୁମ୍ୱାଇରୁ ପଶ୍ଚିମବଙ୍ଗର ସନ୍ତରାକାଛି ଯାଉଥିବା କୁର୍ଲ୍ଲା - ହାୱାଡା ଟ୍ରେନରୁ  ଏକ ଦମ୍ପତିଙ୍କୁ  ବ୍ରଜରାଜନଗର ଷ୍ଟେସନରେ  ଆର ପି  ଏଫ  ଅଟକ ରଖିଛି।  ସେମାନେ ୩ଟି ବିଲେଇ ଓ ୧୭ ଟି ଛୁଆଙ୍କୁ  ବିନା ଟିକେଟରେ ୯ ଟି ବାସ୍କେଟ  ଚାଲାଣ ଅଭିଯୋଗରେ ଟି ଟିଇ  ୩୫ ହଜାର ଟଙ୍କା ଜରିମାନା କରିଥିଲା। ଚାଲାଣ କରୁଥିବା ଦମ୍ପତି ଦେବାକୁ ଅରମର୍ଥ ହେବାରୁ ସେମାନେ  ଆର ପି ଏଫକୁ ହସ୍ତାନ୍ତର କରିଥିଲେ। ଚାଲାଣ ବିଲେଇ  ପାର୍ସିଆନ ଜାତିର ହୋଇଥିବାରୁ ବନ୍ୟ ଜନ୍ତୁ ଆଇନ ଅଧୀନରେ ଆସୁନଥିବାରୁ ଏହାକୁ  ବନ ଭିଭାଗ  ନେଇନଥିଲା। ଫଳରେ ଏହି ଉଦ୍ଧାର ବିଲେଇଙ୍କୁ କୌଣସି  ପଶୁପକ୍ଷୀ ପାଳୁଥିବା  ସଂଗଠନକୁ ହସ୍ତାନ୍ତର କରାଯିବ।
ସୂଚନା ଅନୁସାରେ, ଅଭିଯୁକ୍ତ ଦମ୍ପତି  ଏହି ବିଲେଇଗୁଡ଼ିକୁ  କୌଣସି ନିଶାଦ୍ରବ୍ୟ ଦେଇ ଟ୍ରେନରେ  ପଶ୍ଚିମବଙ୍ଗ ନେଉଥିଲେ। ଗତକାଲି ରାତିରେ କୌଣସି କାରଣ ପାଇଁ ଏହି ଦମ୍ପତିଙ୍କ ସହିତ ଟ୍ରେନରେ ଯାତ୍ରୀମାନଙ୍କ ଭିତରେ ଝଗଡ଼ା ହୋଇଥିଲା। ପାଟିତୁଣ୍ଡ ଯୋଗୁ ସେଠାରେ ଆର ପି ଏ ଫ ପହଞ୍ଚି ଥିଲା। ଏହାଭିତରେ ବିଲେଇଗୁଡ଼ିକ ଉଠିଯିବା ଫଳରେ ସ୍ଵଭାବ ଅନୁସାରେ ବୋବାଇ ଥିଲେ। ଏହା ଆର ପି ଏ ଫର ନଜରକୁ ଆସିଥିଲା। ଖବର ପାଇ ଟି ଟି ଇ ସେଠାରେ ପହଞ୍ଚି ବିଲେଇ ଚାଲାଣ ନେଇ ଟିକେଟ ମାଗିଥିଲେ। କିନ୍ତୁ ସେମାନେ ଟିକେଟ କରିନଥିବା କହିବାରୁ  ଏଥିପାଇଁ ୩୫ ହଜାର ଟଙ୍କା ଜରିମାନା କରିଥିଲେ।ଜରିମାନା ନଦେବାରୁ  ଟି ଟିଇ  ଶେଷରେ ଆର ପି ଏ ଫକୁ ହସ୍ତାନ୍ତର କରିଥିଲେ।