କୁମ୍ଭମେଳାରେ ଗୋଟିଏ ଦିନରେ ୨ ହଜାର ବ୍ୟକ୍ତି ନିଜେ ନିଜର ପିଣ୍ଡଦାନ କରିବା ସହ ନାଗା ସନ୍ୟାସୀ ହୋଇଗଲେ

ପ୍ରୟାଗରାଜ : କୁମ୍ଭ ମେଳାରେ ଗତକାଲି ପ୍ରାୟ ୨ ହଜାର ବ୍ୟକ୍ତି ନିଜେ ନିଜର ପିଣ୍ଡଦାନ କରି ଆନୁଷ୍ଠାନିକ ଭାବେ ନାଗା ସନ୍ୟାସୀ ହେବାର ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କେତେକ ବିଦେଶୀ ମଧ୍ୟ ରହିଛନ୍ତି । ଏମାନେ ସମସ୍ତେ ଜୁନା ଆଖଡ଼ାରେ ସାମିଲ ହୋଇଛନ୍ତି । ନିଜେ ନିଜ ପିଣ୍ଡଦାନ କରିବା ପରେ ସେମାନେ ପ୍ରଥମେ ଲଣ୍ଡା ହୋଇଥିଲେ ଓ ଗଙ୍ଗା ସ୍ନାନ କରିଥିଲେ ।

ଏହାପରେ ଭସ୍ମ ସ୍ନାନ, ଗୋମୁତ୍ର ସ୍ନାନ, ପଞ୍ଚଗବ୍ୟ ସ୍ନାନ, ଗୋବର ସ୍ନାନ, ପଂଚାମୃତ ସ୍ନାନ ଓ ଶେଷରେ ପୁଣି ଥରେ ଗଙ୍ଗାସ୍ନାନ କରିଥିଲେ । ପୁରୋହିତ ଡଃ ରବିଶଙ୍କର ତ୍ରିପାଠୀ, ଆଚାର୍ଯ୍ୟ ଜିତେନ୍ଦ୍ରମଣି ତ୍ରିପାଠୀ, ଆଚାର୍ଯ୍ୟ ସନ୍ତୋଷଜୀଙ୍କ ତତ୍ୱାବଧାନରେ ଏହି କର୍ମକାଣ୍ଡ ହୋଇଥିଲା । ମଧ୍ୟରାତ୍ରୀରେ ଓମ ନମଃ ଶିବାୟ ମନ୍ତ୍ର ଜପ ସହ ବିଜୟା ହୋମ ଅନୁଷ୍ଠିତ ହୋଇଥିଲା । ନୂଆ କରି ସନ୍ୟାସୀ ହୋଇଥିବା ବ୍ୟକ୍ତିମାନଙ୍କୁ କୌପୁନୀ, କମଣ୍ଡଳୁ ପ୍ରଦାନ କରାଯାଇଥିଲା । ଆଉ କେତେକ ପ୍ରକ୍ରିୟା କରିବା ପରେ ସେମାନଙ୍କର ନାମକରଣ କରାଯିବ ।

ସମ୍ବନ୍ଧିତ ଖବର